ଆଞ୍ଚଳିକ ସାମ୍ବାଦିକ ସଂଘର ୪୧ ତମ ପ୍ରତିଷ୍ଠା ଦିବସ
ଖଣ୍ଡପଡ଼ା ୫/୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘର ୪୧ ତମ ପ୍ରତିଷ୍ଠା ଦିବସ ସଂଘ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ପାଳିତ ହୋଇଯାଇଛି।ସଂଘ ସଭାପତି ବିନାୟକ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟବକ୍ତା ଭାବେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷ, ତହସିଲଦାର ବିଶ୍ଵବିଶୃତ ତ୍ରିପାଠୀ, ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆରସିଂ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଉତ୍ତୋରତର ଉନ୍ନତି କାମନା କରିଥିଲେ।କର୍ତ୍ତବ୍ଯରତ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ସଂଘର ସଦସ୍ଯମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘର ଉନ୍ନତିକରଣ ନିମନ୍ତେ ବିଧାୟକ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବେ ବୋଲି ଏ ଅବସରରେ ପ୍ରତିଶୃତି ଦେଇଥିଲେ।ସଂଘର ସମସ୍ତ ସଦସ୍ଯ ବିଧାୟକଙ୍କ ପ୍ରସ୍ତାବକୁ ସ୍ବାଗତ କରିଥିଲେ।ସଂଘ ପକ୍ଷରୁ ଭବାନୀଶଙ୍କର ମହାନ୍ତି ଓ ରଞ୍ଜନ ମହାପାତ୍ର ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସାମ୍ବାଦିକମାନେ ସର୍ବଦା ସଠିକ, ତଥ୍ଯଭିତ୍ତିକ, ନିର୍ଭିକ ଓ ନିରପେକ୍ଷ ଖବର ପରିବେଷଣ ପ୍ରତି ଗୁରୁତ୍ବ ଦେଲେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ସାମ୍ବାଦିକତାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ। ଆଞ୍ଚଳିକ ସାମ୍ବାଦିକ ସଂଘର ସମ୍ପାଦକ ଭବାନୀଶଙ୍କର ସିଂହସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଖଣ୍ଡପଡ଼ା, କଣ୍ଟିଲୋ,ଭାପୁର ଓ ନୟାଗଡ ଅଞ୍ଚଳରେ କାର୍ଯ୍ୟରତ ୪୦ରୁ ଉର୍ଦ୍ଧ୍ବ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment