BREAKING
Loading...
:

ବହଳଦା ବ୍ଲକ ସ୍ଥରୀୟ ଏଡ୍ସ କ୍ବିଜ୍ ପ୍ରତିଯୋଗିତା

 

ବହଳଦା ବ୍ଲକ ସ୍ଥରୀୟ ଏଡ୍ସ କ୍ବିଜ୍ ପ୍ରତିଯୋଗିତା



ରାଇରଙ୍ଗପୁର (ମଣିଭଦ୍ରା ଖବର)


 ବହଳଦା ବ୍ଲକ ସ୍ଥରୀୟ ଏଡ୍ସ କ୍ବିଜ୍ ପ୍ରତିଯୋଗିତା


ସଚେତନ ହୋଇ ଏଡ଼ସ୍ କୁ ରୋକିପରିବା


ରାଇରଙ୍ଗପୁର,  ଇଣ୍ଡିଆନ ରେଡକ୍ରସ୍ ଓଡିଶା ଶାଖା ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ଜୁନିୟର ରେଡକ୍ରସ୍ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଡସ୍ କ୍ବିଜ୍ ପ୍ରତିଯୋଗିତା ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇ ଯାଇଛି।

       ଏହି ପରିପ୍ରେକ୍ଷୀରେ ବହଳଦା  ବ୍ଲକ ପକ୍ଷରୁ ପିଏମଶ୍ରୀ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଝରାଡିହିର ସମ୍ମିଳନୀ କକ୍ଷରେ ଏଡସ୍ କ୍ବିଜ୍ ପ୍ରତିଯୋଗିତା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବହଳଦା ଗୋଷ୍ଠି ଶିକ୍ଷାଧିକାରୀ ସୁଶ୍ରୀ ଶୁଭଶ୍ରୀ ସିଂହଙ୍କ ତତ୍ବାବଧାନରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କ୍ବିଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ଫାତୁ ମେମୋରିଆଲ ଏକାଡେମୀ ର ଛାତ୍ରୀ ଆଦ୍ୟା ଅନୁପମା ରାଜ ପ୍ରଥମ ଝରାଡିହି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ପୁନମ ବେହେରା ଓ କାପୁରା ହାଁସଦା. ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଅସନା ପିଏଚସି ର ଡାକ୍ତର ଜୟନ୍ତ କୁମାର ଗିରି ଏବଂ ମୁଖ୍ୟବକ୍ତା ଭାବେ ଓଡିଶା ମାଧ୍ୟମିକ ସ୍କୁଲ ସଂଘ (ଓଷ୍ଠା) ର ରାଜ୍ୟ ଉପସଭାପତି ଜ୍ଞାନରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିବାବେଳେ ସ୍ବତନ୍ତ୍ର ଅତିଥୀ ଭାବେ ତିରିଂ ବ୍ଲକ ଯଦୁନାଥପୁର ସୀମାନ୍ତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ ରାଧାକାନ୍ତ ମହାରଣା, ସମ୍ମାନୀୟ ଅତିଥୀ ଭାବେ ଓଷ୍ଠାର କାର୍ଯ୍ୟକାରୀ ସଭାପତି ପ୍ରକାଶଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର  ବରିଷ୍ଠ ଶିକ୍ଷୟତ୍ରୀ ଦେଓଲା ମାଝୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ Iଏହି କାର୍ଯ୍ୟକ୍ରମକୁ ବହଳଦା ବ୍ଲକ ଜେଆରସି ସଂଯୋଜକ ମନୋଜ କୁମାର ବେଶ୍ରା ସଂଯୋଜନା କରିଥିଲାବେଳେ ଜେଆରସି ଫାଷ୍ଟଏଡର ମିତା ହାଁସଦାଃ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଫଏମ ଏକାଡେମୀ ତାରାଣାର ପ୍ରଧାନ ଶିକ୍ଷକ ସଚ୍ଚିନ୍ଦ୍ର ରାଜ, ଜେଆରସି କାଉନସେଲର ବିରେନ୍ଦ୍ର ଦଳେଇ, ଶଶ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତିକାନ୍ତ ଗିରି, ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଧରିତ୍ରୀ ବେହେରା, ଦେବକୀ ଗୋପାଳ, ରଘୁନାଥ ମାଝୀ, ପ୍ରଶାନ୍ତ ମହାନ୍ତ, ବବିତା ମହାନ୍ତ, ଧର୍ମସେନ ମାଝୀ, ମଣ୍ଟୁ ଦତ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ। ଏଥିରେ ବ୍ଲକର ଅନେକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି  ଏଡ଼ସ୍ Anil କୁ କିପରି ରୋକଯାଇ ପାରିବା ସେଥିପାଇଁ ସଚେତନତା ଆବଶ୍ୟକ ବୋଲି ସମସ୍ତ ଅତିଥି ମାନେ ମତବ୍ୟକ୍ତ କରିଥିଲେ I ଶେଷରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପାଣି ସଚେତନ ହେବା ସୁସ୍ଥ ରହିବା ପରି ଅନେକ ସଚେତନତା ଧର୍ମୀ ସ୍ଲୋଗାନ ପ୍ରଦାନ କରିଥିଲେ I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS