ରାଇରଙ୍ଗପୁର ସହରରେ ବିପର୍ଯ୍ଯସ୍ତ ଟ୍ରାଫିକ ବ୍ଯବସ୍ଥା ,-
ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ଯୁଷିତ ବହୁଳ ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁର l ଏଠାରେ ବାମନଘାଟୀ ଉପଖଣ୍ଡର ଉପଖଣ୍ଡ କାର୍ଯ୍ଯାଳୟ, ଡାକ୍ତରଖାନା, ଅଫିସକାର୍ଯ୍ଯାଳୟ , ସ୍କୁଲକଲେଜ , ବେସରକାରୀ ଅନୁଷ୍ଠାନ ତଥା ଆଦି ଜନହିତକର ଦୋକାନବଜାର ରହିଅଛି l ଏହାର ପଡୋଶୀ ରାଜ୍ଯ ଜାମସେଦପୁର, ଝାଡଖଣ୍ଡ ରହିଛି l ଲୋକେ ବିଭିନ୍ନପ୍ରକାର କାମରେ ଟାଟା , ବାରିପଦା, ବାଲେଶ୍ବର, କଟକ ଓ ଭୂବନେଶ୍ବର ପର୍ଯ୍ଯନ୍ତ ସବୁଦିନ ଯିବାଆସିବା କରୁଛନ୍ତି l ଏଥିସହିତ ସହରରେ ଦୁଇଚକିଆ ତିନିଚକିଆ ତଥା ଚାରିଚକିଆ ମାନେ ଅତିମାତ୍ରାରେ ଦୁତଗତିରେ ଯିବାଆସିବା କରୁଛନ୍ତି l ବିଶେଷ କରି କଲେଜ ପଢୁଆ ଝିଅମାନେ ସ୍କୁଟିରେ ଖୁବ ଜୋରରେ ଯାଆସ କରୁଛନ୍ତି l ଟ୍ରାକଟରରେ ମଧ୍ଯ ଦେଖାଯାଉଛି ଅଣ୍ଡର ମେଟ୍ରିକ ପିଲାମାନେ ଖୁବ ପ୍ରବଳ ବେଗରେ ଧା ଧପଡ କରୁଛନ୍ତି l ଏଥିପାଇଁ ରାସ୍ତା ଓ ପରିବହନ ବିଭାଗ ସଜାଗ ହୋଇ ଗାଡିମାନଙ୍କରେ ଯିବା ଆସିବା କରୁଥିବା ଭାଇଭଉଣୀମାନଙ୍କୁ ଯାଞ୍ଚ କରନ୍ତୁ l ସେମାନଙ୍କ ପାଖରେ ଲାଇସେନ୍ସ ଅଛି ନା ନାହିଁ, ସେମାନେ ଗାଡି ଚଳାଇବାକୁ ସକ୍ଷମ ନା ନାହିଁ l ଗାଡିଚାଳକ କେତେ ଜୋରରେ ଗାଡି ଚଳାଇବା ଜାଣି ମଧ୍ଯ କିପରି ପବନ ବେଗରେ ଯାଇପାରୁଛି ତାହାର ନିରିକ୍ଷଣ କରନ୍ତୁ l ରାଇରଙ୍ଗପୁର ସହରର ବ୍ଯସ୍ତବହୁଳ ସ୍ଥାନ ଦୁର୍ଗାମଣ୍ଡପ ଛକ, ପଣ୍ଡିତ ରଘୁନାଥ ମୁର୍ମୁ ଛକ ଓ ବଜାର ଗୋଲେଇ ଛକ l ଏଠାରେ ନିତିଦିନିଆ ଗାଡି ଦୁଘଟଣା ସମସ୍ଯା ଦେଖାଦେଇଛି l କେତେବେଳେ ମଟର ସାଇକେଲ ଉପରେ ମଟର ସାଇକେଲ ଚଢିଲା ତ କେତେବେଳେ ମଟର ସାଇକେଲ କୁ ବଲେରୋ କୁଟି ପକାଇଲା, ଆଉ ପୁଣି ଟ୍ରକ କେତେବେଳେ ଘୋଷାଡି ନେଲା ଟ୍ରାକଟର l ଏଥିପାଇଁ ଦାୟୀ କିଏ ? ଯାହା ଫଳରେ ଅମୂଲ୍ଯ ମଣିଷ ଜୀବନ ନିମିଷକେ ଉଡିଯାଉଛି l ପୋଲିସ ପ୍ରଶାସନ ମଧ୍ଯ ତତ୍ପର ହୋଇ ଦୁତ ଗତିରେ ଯାଉଥିବା ଗାଡିକୁ ଅଟକାଇ ଜେଲ ହାଜତକୁ ଟାଣି ଆଣନ୍ତୁ l ଏଥି ନିମନ୍ତେ ଛକ ସ୍ଥାନମାନଙ୍କରେ ଟ୍ରାଫିକ ପୁଲିସ ସଦାସର୍ବଦା ମୁତୟନ କରିବା ଆବଶ୍ଯକ ମନେହୁଏ l ଫଳ ସ୍ବରୂପ ରାଇରଙ୍ଗପୁର ସହରରେ ଟ୍ରାଫିକ ବ୍ଯବସ୍ଥା କଡାକଡି ହେବା ଦରକାର ବୋଲି ବୁଦ୍ଧିଜିବୀ ମହଲରେ ଦୁଢଦାବୀ ଦେବା ସହିତ ସଡକ ସୁରକ୍ଷିତ ରହିଲେ ଜୀବନ ରକ୍ଷା ହୋଇପାରିବ ବୋଲି ଜୋର ଦେଇଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment