କୁନି କୁନି ପିଲାଙ୍କୁ ଯୌନ ଶୋଷଣ ଅଭିଯୋଗ, ଶିକ୍ଷକ ନିଳମ୍ବିତ।
କୁନି କୁନି ପିଲାଙ୍କୁ ଯୌନ ଶୋଷଣ ଅଭିଯୋଗ ଭିଡିଓ ଭାଇରାଲ। ଘଟଣା ସାମ୍ନାକୁ ଆସିବା ପରେ ଶିକ୍ଷକ ନିଳମ୍ବିତ ।
ଗେଲ କରିବା ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ।
ଜଣେ ଅଧେ ନୁହେଁ ବରଂ ସାତ ଆଠ ଜଣ ଛାତ୍ରୀଙ୍କୁ ଗେଲ କରିବା ବାହାନାରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଆଉ ଏହି ଘଟଣାରେ ଜଣେ ସ୍କୁଲ ଶିକ୍ଷକ କାର୍ଯ୍ୟରୁ ନିଳମ୍ବିତ ହୋଇଛନ୍ତି।
ଏହିପରି ଏକ ଲଜ୍ୟା ଜନନ ଘଟଣା ଆସିଛି ମୟୂରଭଞ୍ଜ
ଜିଲ୍ଲାରୁ । ମୟୂରଭଞ୍ଜ
ଜିଲ୍ଲାର ବେତନଟୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ପ୍ରତିମାଦେଇପୁର ସରକାରୀ ଉପ୍ରା ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ଲିଖିତ ଅଭିଯୋଗ ଏବଂ ଏକ ଭାଇରାଲ ଭିଡିଓକୁ ଆଧାର କରି ବେତନଟୀ ବ୍ଲକ (ବିଇଓ) ବ୍ଲକ ଶିକ୍ଷା ଅଧିକାରୀ
ଅଭିଯୁକ୍ତ ଶିକ୍ଷକ ପ୍ରମୋଦ କୁମାର ମହାନ୍ତଙ୍କୁ ନିଳମ୍ବିତ କରିଛନ୍ତି।
ବିଇଓ କହିଛନ୍ତି କି ଶିକ୍ଷକ ଜଣକ ଛାତ୍ରୀଙ୍କୁ ଗେଲ କରିବା ବାହାନାରେ ଯୌନ ଶୋଷଣ କରିଥିବା ନେଇ ଅଭିଯୋଗ ହୋଇଛି ଏବଂ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯାହାକୁ ଦେଖି ସେ ତୁରନ୍ତ ଏହିପରି ପଦକ୍ଷେପ ନେଇଛନ୍ତି। ଏବଂ ଏକ କମିଟି ଗଠନ କରି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ରିପୋର୍ଟ ଉଚ୍ଚ କର୍ତୁପକ୍ଷଙ୍କୁ ଜଣାଇବେ ବୋଲି କହିଛନ୍ତି।
ପୂର୍ବରୁ ମଧ୍ୟ ଶିକ୍ଷକଙ୍କ ନାମରେ ଏହିପରି ଅଭିଯୋଗ ଥିବା ଜଣାପଡିଛି।
ତେବେ ଏହି ଘଟଣା ଜୁଲାଇ ୨୧ ତାରିଖରୁ ହୋଇଥିବା ଜଣାପଡିଛି। ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ପରେ ବେତନଟୀ ବ୍ଲକ ଶିକ୍ଷାଧିକାରୀ ଅଭିଯୁକ୍ତ ଶିକ୍ଷକଙ୍କୁ ଜୁଲାଇ ୨୧ରେ ନିଲମ୍ବନ କରିଥିଲେ ବି ଗଣମାଧ୍ୟମରୁ ଲୁଚାଇ ରଖାଯାଇଥିଲା। ଏପରିକି ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ ଅଭିଯୁକ୍ତ ଶିକ୍ଷକଙ୍କ ନାଁରେ ମାମଲା ହୋଇନାହିଁ। ତେବେ ଆଜି ଏହି ଘଟଣାର ଭାଇରାଲ ଭିଡିଓ ଆସିବା ପରେ ସବୁ କିଛି ଜଣାପଡିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment