BREAKING
Loading...
:

ଜୁଏହୁଲା ଲୋକ ମହୋତ୍ସବ କମିଟି ଆନୁକୁଲ୍ୟରେ ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବ ପାଳିତ

 ଜୁଏହୁଲା ଲୋକ ମହୋତ୍ସବ କମିଟି ଆନୁକୁଲ୍ୟରେ ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବ ପାଳିତ 



ସମ୍ବଲପୁର (ମଣିଭଦ୍ରା ଖବର)


ଜୁଏହୁଲା ଲୋକ ମହୋତ୍ସବ କମିଟି ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ଜନ୍ମ ମହୋତ୍ସବ ବରପାଲି ଅର୍ନ୍ତଗତ ବିଶିପାଲିଠାରେ ଦିଲିପ କୁମାର ସାହୁଙ୍କ ସଭାପତିତ୍ବରେ ଅରକ୍ଷିତ ଚନ୍ଦ୍ର ମହାନନ୍ଦଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଶିକ୍ଷାବିତ ସମାଜ ସେବୀ ନିବେଦିତା ସାହୁ ମୂଖ୍ୟବକ୍ତା, ନାଟ୍ୟକାର ଫଗୁନୁ କୁମ୍ଭାର ସମ୍ମାନିତ ବକ୍ତା ଓ  ସାମ୍ବାଦିକ ଜୟରାମ ବାଗ ଯୋଗଦାନ କରି ଗୁରୁ ଭଗବାନ ସାହୁଙ୍କ ସାରା ଜୀବନ ତ୍ୟାଗ ଅବଦାନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଖୁବ୍ ଶୀଘ୍ର ବିଶିପାଲି ଏମ୍‌ଇ ସ୍କୁଲର ଏକ ଶ୍ରେଣୀ କକ୍ଷକୁ ଗୁରୁ ଭଗବାନ ସାହୁଙ୍କ ନାଁରେ ନାମିତ କରିବା ନିଷ୍ପତ୍ତି ନିଆଗଲା। କାର୍ଯ୍ୟକ୍ରମ ଆୟୋଜନରେ ରମେଶ ଚନ୍ଦ୍ର ସାହୁ, ଆଶିଷ କୁମାର ପ୍ରଧାନ , ଗଣେଶ ମହାନନ୍ଦ ଓ ସୁଦାମ ସୁନା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶୁଭଶ୍ରୀ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS