BREAKING
Loading...
:

ସିୟୁଟିଏମ୍ ଛାତ୍ରଛାତ୍ରୀଙ୍କ ଦ୍ବାରା କୃଷିମେଳା ଆୟୋଜିତ

 ସିୟୁଟିଏମ୍ ଛାତ୍ରଛାତ୍ରୀଙ୍କ ଦ୍ବାରା କୃଷିମେଳା ଆୟୋଜିତ



ଗଜପତି(ମନୋଜ ପାଢୀ)  ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ର  କୃଷି ବିଜ୍ଞାନ ସ୍ନାତକ ଅନ୍ତିମ ବର୍ଷ ଛାତ୍ର ଛାତ୍ରୀଙ୍କ ଦ୍ବାରା  ଗ୍ରାମୀଣ କୃଷି ଅଭିଜ୍ଞତା କାର୍ଯକ୍ରମ ଅନ୍ତର୍ଗତ  କୃଷି ମେଳା ଆୟୋଜନ  ହୋଇଥିଲା । ଗୋଷାଣି ବ୍ଲକ୍ ଅନ୍ତର୍ଗତ ଶରଧାପୁର ପଞ୍ଚାୟତ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଉକ୍ତ ମେଳା ରେ ମୁଖ୍ୟ ଅତିଥି ଭାବେ ଗୋଷାଣି ବ୍ଲକ୍ ର ସହକାରୀ କୃଷି ଅଧିକାରୀ  ମହେନ୍ଦ୍ର ପ୍ରସାଦ ପାଇକ  ଏବଂ ସମ୍ମାନିତ ଅତିଥି ଭାବେ ଶରଧାପୁର ଗ୍ରାମର ସରପଞ୍ଚ ସି.ଏଚ  ପ୍ରସାଦ ରାଓ ଏବଂ ଖରଷଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ  ଜି. ଡିଲ୍ଲମ୍ମା,  ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ର  ଶିକ୍ଷକ ଗଣ ଯଥାକ୍ରମେ ଉଦ୍ୟାନ କୃଷି ବିଭାଗର ପ୍ରଧ୍ୟାପକ ଡ. ଚିନ୍ତାମଣି ପଣ୍ଡା,   କୃଷି ସଂପ୍ରସାର ବିଭାଗର ସହକାରୀ ପ୍ରଧ୍ୟାପକ ଡ. ପେଡି ନାଗା ହର୍ଷବର୍ଧନ, କୃଷି ବିଜ୍ଞାନ ଓ ବନ କୃଷି ବିଭାଗର   ସହକାରୀ ପ୍ରଧ୍ୟାପକ ଡ. ଜି. ଶେଖର, ଉଦ୍ୟାନ କୃଷି ବିଭାଗର ସହକାରୀ ପ୍ରଧ୍ୟାପିକା ଡ. ଭି. ତ୍ରିବେଣୀ,   ଡ. ଜ୍ଞାନା ଭାରତୀ ପଲେଇ,  ଡ. ଆର୍. ପ୍ରବଳିକାଶ୍ରୀ, ଡ. ଅମିତ ଲୋହର ପ୍ରମୁଖ ଯୋଗ ଦେଇ କୃଷିମେଳା ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କର ବକ୍ତବ୍ୟ ରଖିଥିବା ବେଳେ  କୃଷି ସମ୍ପର୍କିତ ଯୋଜନା, ଆବେଦନ ପ୍ରକ୍ରିୟା ଏବଂ ଜୈବିକ କୃଷି ସମ୍ପର୍କରେ ସଚେତନତା କରିଥିଲେ ।   ସମ୍ମାନିତ ଅତିଥି ଗଣ କୃଷି ସମ୍ପର୍କିତ ତଥ୍ୟ ଓ ରୋଗପୋକ ନିୟନ୍ତ୍ରଣ ସନ୍ଦର୍ଭ ରେ ଉପସ୍ଥାପନା କରି କୃଷକ ମାନଙ୍କ ସହ ବାର୍ତ୍ତାଳାପ କରି  ସମନ୍ୱୟ କୃଷି ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶରଧାପୁର,  ଯୁବରାଜପୁର, ଟିଏସ ପୁର, ମଧୁସୂଦନପୁର, ଖରଷଣ୍ଡା ଆଦି ଗ୍ରାମର କୃଷକ ମାନେ ଯୋଗଥିଲେ।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS