୩ଦିନରେ ପହଞ୍ଚିଲା ଖଣ୍ଡପଡ଼ା ଡ୍ରାଇଭର ସଂଘର ଗଣଧାରଣା, ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ
ଖଣ୍ଡପଡ଼ା ୧୦:୭:୨୦୨୫:- ରାଜ୍ୟ ଡ୍ରାଇଭର ସଂଘର ଆହ୍ଵାନକ୍ରମେ ଖଣ୍ଡପଡ଼ା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ବାଇପାସ ଛକରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଗଣଧାରଣା ଗୁରୁବାର ତୃତୀୟ ଦିନରେ ପହଞ୍ଚିଥିବା ଜଣାଯାଇଛି।୭ ଦଫା ଦାବି ପୁରଣ ନେଇ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ଡ୍ରାଇଭର ସଂଘର ସଦସ୍ଯମାନେ ଦିନତମାମ ବାଇପାସ ରାସ୍ତା ପାର୍ଶ୍ବରେ ନାରାବାଜି କରିଥିଲେ।ଖଣ୍ଡପଡ଼ା ବ୍ଲକ ଡ୍ରାଇଭର ସଂଘର ସଭାପତି ରଜତ କୁମାର ଦାସଙ୍କ ନେତୃତ୍ବରେ ଖଣ୍ଡପଡ଼ା ବ୍ଲକ ଅଧିନ ୨୨ ଗୋଟି ପଞ୍ଚାୟତରୁ ଶହଶହ ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇଥିବା ଜଣାଯାଇଛି। ଗତକାଲି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଡ୍ରାଇଭରମାନଙ୍କ ସହ ଆଲୋଚନା କରିଥିବା ବେଳେ ସଂଘ ପକ୍ଷରୁ ବିଧାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଜି ମଧ୍ୟ ଦିନରେ ଫତେଗଡ, ଭାପୁର ବ୍ଲକ ଉପାଧ୍ୟକ୍ଷ (ବିଜେଡି), ବେଣୁଧର ପ୍ରଧାନ ଆସି ସମସ୍ୟା କୁ ଶାନ୍ତି ଶୃଙ୍ଖଳାର ସହ ସାହାସରଖି ଦୃଢ଼ ଭାବରେ ସରକାର ଙ୍କ ପାଖରେ ବିଚାର ତେବେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘର ସଭାପତି ଶ୍ରୀଦାସଙ୍କ ଠାରୁ ପ୍ରକାଶ।ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ଯାନବାହାନ ଚଳାଚଳ ଠପ ହୋଇଯାଇଥିବାରୁ ଜନସାଧାରଣ ଯାତାୟତ ନିମନ୍ତେ ବିଶେଷ ଅସୁବିଧାର ସମ୍ମୁଖିନହୋଇଥିବାଜଣାପଡିଛି।
ଏହା ଦ୍ବାରା ଚାଳକ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ
ଲାଗିଛି । ଏଣୁ ଷ୍ଟ୍ରେରୀଙ୍ଗିଛାଡ
ଆନ୍ଦୋଳନ କୁ ସଂଘର ରାଜ୍ୟ ସଭାପତି, ଜିଲ୍ଲା ଓ ବ୍ଲକ ସଭାପତି ଙ୍କ ସହିତ ସମସ୍ତ କ୍ରମକତା ଓହ୍ଲାଇଛନ୍ତି। ଜରୁରୀକାଳୀନ ସେବା ରେ ନିୟୋଜିତ ହୋଇ ଥିବା ଗାଡି, ପ୍ରତି କୋୖଣସି ହଇରାଣ କରାଯିବ ନାହିଁ। ତେବେ ଓଡ଼ିଶାର ପ୍ରତ୍ୟେକ ବ୍ଲକରେ। ଖଣ୍ଡପଡ଼ା ସହରର ପେଟ୍ରୋଲ ପମ୍ପ ଟାଙ୍କିରେ ତେଲ ନଥିବାରୁ ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି। ଖଣ୍ଡପଡ଼ା ସହରର ଆଖପାଖ ଅଳରେ ପ୍ରାୟ ପ୍ରତ୍ୟେକ ଦିନ ହଜାର ହଜାର ତେଲ ପକାଇବାକୁ ଆସନ୍ତି ବର୍ତ୍ତମାନ ଟାଙ୍କିରେ ଭିଡ଼ ଦେଖିବାକୁ ମିଳିଥିଲା କିନ୍ତୁ ଖାଲି ରେ ଫେରୁଛନ୍ତିଏଥିପ୍ରତି ସରକାର ଦାଇ । ଏଥିପ୍ରତିପାଇଁତୁରନ୍ତ ପଦକ୍ଷେପ ନେବା ଉଚିତ ଜନସାଧାରଣରେ ଅଭିଯୋଗ କରିଛନ୍ତି
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق