BREAKING
Loading...
:

ଅସ୍ତିତ୍ୱ ପକ୍ଷରୁ ବୃକ୍ଷରୋପଣ ପାଇଁ ସଂକଳ୍ପ କାର୍ଯ୍ୟକ୍ରମ ଓ ଚାରା ବଣ୍ଟନ

 ଅସ୍ତିତ୍ୱ ପକ୍ଷରୁ ବୃକ୍ଷରୋପଣ ପାଇଁ ସଂକଳ୍ପ କାର୍ଯ୍ୟକ୍ରମ ଓ ଚାରା ବଣ୍ଟନ  




ବାଙ୍କୀ,୧୦ା୭ (ମାନସ ରଞ୍ଜନ ସାହୁ ): ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଅସ୍ତିତ୍ୱ’ ପକ୍ଷରୁ ଆଜି ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଘାସିପୁଟ, ଓସ୍ତିଆ, କଦଳୀବାଡି, ଗୟଳବାଙ୍କ, ନିସ୍ତିପୁର, ପାଥପୁର, ଜାତମୁଣ୍ଡିଆ, ଶିଶୁଆ ଓ ଗୋପାଳପୁର ଠାରେ ବୃକ୍ଷରୋପଣ ପାଇଁ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବାଙ୍କୀ ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ସଂଘମିତ୍ରା ବିଶ୍ୱାଳ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବୃକ୍ଷରୋପଣର ଆବଶ୍ୟକତା ଅତ୍ୟନ୍ତ ଜୁରୁରୀ ବୋଲି କହିଥିଲେ । ଅନୁଷ୍ଠାନର ସଂପାଦକ ପ୍ରକୃତିବନ୍ଧୁ ଗୌତମ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରି ବର୍ତ୍ତମାନ ପୃଥିବୀର ଜଳବାୟୁ ପରିବର୍ତ୍ତନ ଦ୍ୱାରା ଗ୍ଲୋବାଲ୍ ୱାର୍ମିଙ୍ଗ୍ ହେଉଛି । ଯାହା ପରିବେଶ ଉପରେ ପ୍ରଭାବ ସୃଷ୍ଟି କରୁଛି । କଂକ୍ରିଟ୍ ଜଙ୍ଗଲ  ସୃଷ୍ଟି ହେବା ଦ୍ୱାରା ବୃକ୍ଷ ସଂକଟ ସୃଷ୍ଟି ହେବ । ଯାହା ଆଗାମୀ ପିଢୀ ପାଇଁ ଚିନ୍ତାର ବିଷୟ ପାଲଟିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଜିତେନ୍ କୁମାର ପାଢୀ ଯୋଗଦେଇ ବୃକ୍ଷରୋପଣ କରିବା ପାଇଁ ସମସ୍ତଙ୍କୁ ସଂକଳ୍ପ କରାଇଥିଲେ । ଆଜି ପର୍ଯ୍ୟନ୍ତ ବାଙ୍କୀର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ୨ଶହରୁ ଉର୍ଦ୍ଧ୍ୱ ଚାରା ବଣ୍ଟନ ହୋଇଛି ବୋଲି ଅନୁଷ୍ଠାନ ପକ୍ଷରୁ ଅମିତ୍ କୁମାର ସାହୁ ପ୍ରକାଶ କରିଥିଲେ । ପ୍ରକୃତି ପ୍ରେମୀ ରଶ୍ମିରାଣୀ ପ୍ରଧାନ, ସତ୍ୟବ୍ରତ  ସାହୁ, ପି.ଆର.ଅମରଜିତ୍ , ଅରବିନ୍ଦ ସାହୁ, ଚିତ୍ତରଞ୍ଜନ ସାହୁ, ଦିଲ୍ଲୀପ ଜେନା, ରଞ୍ଜିତ କୁମାର ଜେନା, କିରଣ କୁମାର ବାରିକ, ଧନେଶ୍ୱର ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS