BREAKING
Loading...
:

ଉତ୍କଳ ସାମ୍ବାଦିକ ସଂଘ ସହ ବନ୍ଧିତ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷ ରୋପଣ, .

 ଉତ୍କଳ ସାମ୍ବାଦିକ ସଂଘ ସହ ବନ୍ଧିତ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷ ରୋପଣ, .

ଭଦ୍ରକ ( ମଣିଭଦ୍ରା ଖବର) ଉତ୍କଳ ସାମ୍ବାଦିକ ସଂଘ ସହବନ୍ଧିତ ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବନମହୋତ୍ସବ ମାସ ଉପଲକ୍ଷେ ବୃକ୍ଷ ରୋପଣ, ସଚେତନତା ସଭା ଓ କବିତା ପାଠୋତ୍ସବ  ସ୍ଥାନୀୟ ଭଦ୍ରକସ୍ଥ ମନମୋହନ ସଙ୍ଗୀତ ପରିଷଦ ପ୍ରାଙ୍ଗଣରେ  ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ମାନେ ଗଣତନ୍ତ୍ର ର ଜାଗ୍ରତ ପ୍ରହରୀ, ଦୈନନ୍ଦିନ ଘଟଣା ଓ ଦୁର୍ଘଟଣା କୁ ସମାଜରେ ଲୋକଲୋଚନ କୁ ଆଣିଥାନ୍ତି ଖାଲି ନୁଁହ  ସମାଜର କଲ୍ୟାଣ କିମ୍ବା ହିତ ପାଇଁ ରକ୍ତଦାନ ଶିବିର ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ କରିଥାନ୍ତି, ଯାହାକି  ପରିବେଶ ସୁରକ୍ଷା, ପ୍ରାକୃତିକ ସନ୍ତୁଳନ ବଜାୟ ରଖିବା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାରିବେଶିକ ସଚେତନତା ବିକାଶ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l   ଏହି ବୃକ୍ଷ ରୋପଣ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପରିବେଶ ଉପରେ ମାନବ ଯୋଗୁ ବୃଦ୍ଧିପାଉଥିବା ପ୍ରଦୂଷଣ ରୋକିବା ,ପ୍ରାକୃତିକ ସମନ୍ଵୟ ପ୍ରଦାନ କରି ଶିଶୁ ଓ ଯୁବ ପିଢିକୁ ଚେତନଶୀଳ କରିବା , ପରିବେଶକୁ ଆଲୋକ ଓ ଶିତଳ ରଖିବା ,ବୃକ୍ଷ ରୋପଣ ମାଧ୍ୟମରେ ଜଳ ସଂରକ୍ଷଣ ଓ ମୃତ୍ତିକା ସ୍ଥିରତା ବଜାୟ ରଖିବା । 

ଖବରଦାତା ରାମନାରାୟଣ ମହାନ୍ତି ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଚିକିତ୍ସାଧିକାରୀ ଡା ସୁଧୀରଞ୍ଜନ ନାୟକ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ତଥା ରୋଟାରିଆନ ଜିଲ୍ଲା ସମ୍ପାଦକ ବାଦଲ ମହାପାତ୍ର,ବିଶିଷ୍ଟ ଅତିଥି ଭାବେ ଅଧ୍ୟକ୍ଷ ନିହାର ରଞ୍ଜନ କର, ଖବରଦାତା ନିହାର ଦାସ,ଜିଲ୍ଲା  ସୂଚନା ବିଭାଗର ସହ ଅଧିକାରୀ ମିନାକ୍ଷୀ ଗଡ଼ବରୁ,ଖବରଦାତା  ଅବିନାଶ ପଣ୍ଡା, ଅଶ୍ୱିନୀ ପାଢ଼ୀ, ପ୍ରଦୀପ ବଳ, ସୁଜୟ ପାକଳ, ଉପସଭାପତି ସଂଜୀବ ନାୟକ, ଅବଦୁଲ ଫିରୋଜ ଖାଁ,ଅଶୋକ ସାହୁ, ଜୟ ଜଗନ୍ନାଥ ମଲ୍ଲିକ,ଆଲୋକ ନାୟକ, ଜଗବନ୍ଧୁ ପତି, ସୌଜନ୍ୟ ପ୍ରକାଶ ପାଣିଗ୍ରାହୀ,ସୁଶାନ୍ତ ରାଉତ, ସେକ ଜାଫର ଅଲ୍ଲୀ, ମନୋରଞ୍ଜନ ବାରିକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ lଏହି ଅବସରରେ ବୃକ୍ଷ ଉପରେ କବିତା ପାଠ କରିଥିଲେ ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢ଼ୀ, ସଂଯୁକ୍ତା ଯାଦବ,ଅଞନା ମିଶ୍ର, ମନୋରମା ରାୟ, ସଂଯୁକ୍ତା ବଳ ନାୟକ, ଗୀତାଞ୍ଜଳୀ ଅଗସ୍ତି, ଶ୍ରଦ୍ଧା ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ lକଣ୍ଠ ଶିଳ୍ପୀ ଶଶିକଳା ମିଶ୍ର ପ୍ରାରମ୍ବିକ ସଙ୍ଗୀତ, ଆଦ୍ୟାଶା ପାକଳ, ସରୋଜ ନାୟକ ପ୍ରମୁଖ ଉଦଯାପନୀ ସଂଗୀତ ଗାନ କରିଥିଲେ ଶେଷରେ ଖବର ଦାତା ଅପୂର୍ବ ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS