ଧାମନଗରରେ ବନ୍ୟା ଆଶଙ୍କା ,
ଧାମନଗର, ଭଦ୍ରକ l ସମ୍ପ୍ରତି ଲଘୁଚାପ ଜନିତ ବର୍ଷା ଲାଗିରହିିବାରୁ ବୈତରଣୀ ରେ ବନ୍ୟା ଆସିବାରୁ ଧାମନଗରରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି। ଚାଷୀ ମାନଙ୍କର ଏଥର ଦୁର୍ଦ୍ଦଶା ଭୋଗି ବାକୁ ପଡୁଛି l ପ୍ରଥମେ ଧାନ ତଳି ପକାଇଥିଲେ ତାହା ଅତ୍ୟଧିକ ବର୍ଷା ଫଳରେ ତଳି ପଚି ଯାଇ ନଷ୍ଟ ହୋଇଯାଇଥିଲା l ପୁନଶ୍ଚ ତଳି ପକାଇ ତଳି ହୋଇଥିଲେ ମଧ୍ଯ ପାଣିପାଗ ସୁବିଧା ନ ଥିବାରୁ ରୋଇ ପାରିନାହାନ୍ତି ଫଳରେ ଏବେ ଧାମନଗରରେ ବନ୍ୟା ଆଶଙ୍କା ଦେଖା ଦେବାରୁ ଚାଷୀ ଆଉ ତଳି ଉଦ୍ଧାର କରି ଚାଷ କରିବା ସମ୍ଭବ ହେବନାହିଁ l ଫଳରେ ଧାମନଗରରେ ଏଥର ଶହଶହ ଏକର ଧାନ କିଆରୀ ତଳି ଅଭାବରୁ ପଡିଆ ପଡ଼ିବ l ଆଖୁଆ ପଦା ଠାରେ ବୈତରଣୀ ଜଳ ବିପଦ ସଂକେତ ଟପି ଥିବାରୁ ତଳିଆ ଅଞ୍ଚଳ ଧାମନଗର ରେ ଜାହାଙ୍ଗୀର, ଦୋବଲ୍, ବାଘୁଆରି, ଛନ୍ଦl ଶlହି, ଗୋଠୀଣା,ଆମ୍ବିଳିଗା, ତଥା ବହୁ ଗ୍ରାମ ପାଣି ଘେର ଭିତରେ ରହିଯିବlର୍ ସମ୍ଭାବନା ଥିବାରୁ ସରକାରୀ ସ୍ତରରୁ ଡ଼ାକବାଜି ଯନ୍ତ୍ର ଦ୍ଵାରା ତଳିଆ ଅଞ୍ଚଳ ପାଈଁ ସତର୍କ ସୂଚନା ଜାରି କରିଥଲେ l ଧାମନଗରରେ ହୋୟlଙ୍ଗହୋ କୁହାହେଉଥିବା ଗେଙ୍ଗୁଟି ନଦୀରେ ବୈତରଣୀ ରୁ ପାଣି ଗେଙ୍ଗୁଟି ରେ ପଶି ସାରିଲାଣି ଆସନ୍ତା କାଲି ଦୋବଲ ଜାହାଙ୍ଗୀର, ଛନ୍ଦlଶlହି ଏସବୁ ଗ୍ରାମ ପାଣି ଘେର ମଧ୍ୟରେ ରହି ଯାଇ ପାରେ l ଆଜି ମନ୍ତ୍ରୀ, ଭଦ୍ରକ ଜିଲ୍ଲାପାଳ, ପ୍ରଶାସନିକ ଅଧିକାରୀ ମାନେ ବୈତରଣୀ, କୋଚିଳା, ବନ୍ଧର ସ୍ଥିତି ପରଖୁ ଥିଲେ l ସେହିଭଳି ବିଜେଡି ର ବିଧାନ ସଭା ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ ନାୟକ, ବ୍ଲକ ସଭାପତି ପ୍ରତାପ ସାମଲ,ଜିଲ୍ଲା ପରିଷଦ ପ୍ରଦୀପ ମଲ୍ଲିକ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଟୁନିବାଳା ବିଶ୍ଵାଳ,ଜିଲ୍ଲା ପରିଷଦ ସାରଦା ପ୍ରସନ୍ନ ସାହୁ, ଉମେଶ ମାହାନ୍ତି, ଇଂ ସୁବ୍ରତ କୁମାର ମଲିକ ନଦୀ ବନ୍ଧ ଗୁଡ଼ିକ ଏବଂ ତଳିଆ ଅଞ୍ଚଳ ମାନ ବୁଲି ସ୍ଥିତି ଅନୁଧ୍ୟାନ କରିଥଲେ, ସମ୍ଭାବ୍ୟ ଏହା ଏକ ବଡ଼ ବନ୍ୟାର ଆଶଙ୍କା କରୁଥିବାରୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ସଚେତନ କରାଇଥିଲେ ଡ଼ାକବାଜି ଯନ୍ତ୍ର ଦ୍ଵାରା l ବିଗତ ବର୍ଷା ଦିନମାନଙ୍କରେ ଅଳ୍ପ ବର୍ଷl ରେ ଧାମନଗର ନାହିଁ ନଥିବା ବନ୍ୟାକୁ ଦେଖି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଧାମନଗରରେ ଗେଙ୍ଗୁଟି ନଦୀ, ଜ ନଈ, ରେବ, କପାଳି ନଦୀ ମାନଙ୍କରେ ଖନନ କାର୍ଯ୍ୟ କରାଇବା ସଙ୍ଗେ ସଙ୍ଗେ ବନ୍ଧ ବାଡ ଗୁଡ଼ିକୁ ମଜବୁତ୍ କରିବା, ବୈତରଣୀ କୋଚିଳା ନଦୀବନ୍ଧ ଗୁଡ଼ିକୁ ପ୍ରସସ୍ଥ କରାଇଥିଲେ l ଯାହାଫଳରେ କି ଧାମନଗର ବାସି ଅlସ୍ଵସ୍ଥ ଅନୁଭବ କରୁଥିଲେ l ଏବେ ସରକାରରେ ଧାମନଗର ବାସି ମନ୍ତ୍ରୀ ପାଇଥିବାରୁ ଚଳିତ ବନ୍ୟାକୁ କିଭଳି ସମ୍ମୁଖୀନ ହେବେ ତାହା ଦେଖିବାକୁ ବାକି ଅଛି l ଧାମନଗର ରେ ୧୨ ଟି ପଞ୍ଚାୟତରେ ସବୁବର୍ଷ ଧୋଇ ଆଉ ମରୁଡି ରେ ବାରମ୍ବାର ସମ୍ମୁଖିନ ହେଉଥିବାରୁ ଚାଷୀମାନେ ଆର୍ଥିକ କ୍ଷେତ୍ରରେ ବହୁତ ଦୁର୍ବଳ ସେଥିପାଇଁ ସରକାରୀ ସ୍ତରରୁ ଚାଷୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଈ ରବି ଚାଷ କରାଇଲେ ସେମାନେ ବହୁଳ ଭାବରେ ଲାଭ ପାଇ ପାରିବା ପାଈଁ ଦାବି ରହୁଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق