ସମ୍ବଲପୁରରେ ଅପପୃଷ୍ଟି ମୁକ୍ତ ପଞ୍ଚାୟତ ପାଇଁ ପ୍ରଶିକ୍ଷଣ ଶିବିର
ସମ୍ବଲପୁର:( ମଣିଭଦ୍ରା ଖବର)
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିଷଦ, ସମ୍ବଲପୁରର ମିଳିତ ସହଯୋଗରେ “ଆନିମିଆ ମୁକ୍ତ ଗ୍ରାମ ପଞ୍ଚାୟତ”ର ଦ୍ଵିତୀୟ ଦିନରେ ଅପପୃଷ୍ଟି ମୁକ୍ତ ପଞ୍ଚାୟତ ଗଠନ ପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶିକ୍ଷଣ ଓ ସମ୍ପଦ କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଇଆରପି ଗଣେଶ ରାମ ପଣ୍ଡା, କେତକୀ ବେହେରା, ସୁଜାତା ପଣ୍ଡା ଓ ଜିଲ୍ଲା ତାଲିମଦାତା (ଡ଼ିଏଲଟି) ଡ.ରାଜାରାମ ଷଡ଼ଙ୍ଗୀ ଓ ଡା. ବିଶ୍ୱଜିତ ପଣ୍ଡା ତାଲିମ ପ୍ରଦାନ କରିଥିଲେ। ଗଣେଶରାମ ପଣ୍ଡାଙ୍କ ସ୍ୱସ୍ଥ ଗ୍ରାମପଞ୍ଚାୟତ ପାଇଁ ଆନିମିଆ ବିଷୟରେ-ଆନିମିଆ କ’ଣ, ତାହାର ସାଧାରଣ ଲକ୍ଷଣ, କାରଣ ଓ ପୌଷ୍ଟିକ ଆହାର ସହିତ ଆନିମିଆ କାରଣ ନିରାକରଣ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହାପରେ ଡ. ବିଶ୍ଵଜିତ୍ ପଣ୍ଡାଙ୍କ ଦ୍ୱାରା ଆନିମିଆ ପ୍ରତିରୋଧ ପାଇଁ ସରକାରୀ ପ୍ରୟାସ ଅମ୍ଲାନ, ସିକେଲ୍ ସେଲ୍ ଆନିମିଆ, ପିମ ପୋଷଣ, ଏଫଏନଏଚଡବ୍ଲୁ, ଏମଏସପିୱାଇ ସାଗ, ଅଦ୍ଵିକା ପରି ବିଭିନ୍ନ ସରକାରୀ ଯୋଜନା ବିଷୟରେ ଉପସ୍ଥାପନ କରିଥିଲେ। କେତକୀ ବେହେରା ସୁସ୍ଥ ଓ ସ୍ୱସ୍ଥ ଗ୍ରାମପଞ୍ଚାୟତର ସୂଚକ, ପଞ୍ଚାୟତ ସ୍ତରୀୟ ସ୍ଥାୟୀ କମିଟିର ଭୂମିକା, ଟିବି ମୁକ୍ତ ପଞ୍ଚାୟତ, ଅନିମିଆ/ଫେଲେରିଆ ମୁକ୍ତ ପଞ୍ଚାୟତ ଗଠନ ବିଷୟରେ ଓ ସୁଜାତା ପଣ୍ଡା ପିଆରଆଇ ସଦସ୍ୟମାନଙ୍କ ଭୂମିକା, ପ୍ଲାଟଫର୍ମ ସହିତ ସମ୍ପର୍କ, ପୌଷ୍ଟିକ ବିଭିନ୍ନତା, ସପ୍ଲାଇ ଚେନ୍ ସୁଦୃଢୀକରଣ ଓ ନିରୀକ୍ଷଣ ମେକାନିଜମ୍ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ସେହିପରି ଜିଲ୍ଲା ତାଲିମଦାତା ଡ.ରାଜାରାମ ଷଡ଼ଙ୍ଗୀ ପୋଷଣର ମୌଳିକତା ବିଷୟରେ ତାଲିମ ପ୍ରଦାନ କରି ଜିଲ୍ଳାର ସବୁ ପଞ୍ଚାୟତରେ ସମ୍ମନ୍ୱୟ ଓ ସହାଭାଗିତାରେ କିପରି ଏକ ସୁସ୍ଥ ପଞ୍ଚାୟତ ଗଠନ ହୋଇ ପାରିବ ସେହି ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇ ତାଲିମ ପ୍ରଦାନ କରିଥିଲେ। ଶେଷରେ ଡ଼ିପିଆରସିର ପ୍ରାଧ୍ୟାପକଙ୍କ ଦ୍ଵାରା ପ୍ରଶିକ୍ଷଣ ପରବର୍ତ୍ତୀ ପରୀକ୍ଷା, ଅଂଶଗ୍ରାହୀମାନଙ୍କର ପ୍ରତିକ୍ରିୟା ସଂଗ୍ରହ ଓ ଟିଏମପି ରେ ପ୍ରମାଣପତ୍ର ସୃଷ୍ଟିକରଣ ପରିଚାଳନା କରିଥିଲେ। ଦୁଇ ଦିନ ଧରି ହୋଇଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଡିଆରଡିଏ ତାଲିମ ସଂଯୋଜିକା ପ୍ରିୟମ୍ବଦା ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق