BREAKING
Loading...
:

ଖଣ୍ଡପଡ଼ା ରୁ ବନମାଳୀପୁରକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ଦାବି

 ଖଣ୍ଡପଡ଼ା ରୁ ବନମାଳୀପୁରକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ଦାବି

 


ଖଣ୍ଡପଡ଼ା ୮|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହରର ଜେଲଖାନା ଛକଠାରୁ କୁସୁମୀ ସେତୁ ଦେଇ ବନମାଳୀପୁରକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରୁ ଏବେ ପିଚୁ ଉଠିଯାଇ ଖାଲଖମା ସୃଷ୍ଟି ହୋଇଛି।ଫଳରେ ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ଉକ୍ତ ରାସ୍ତାଦେଇ ଦୈନିକ ଯାନବାହାନ ଗୁଡିକ ଚଳାଚଳ କରୁଥିବା ବେଳେ ରାସ୍ତାର ଦୂରାବସ୍ଥା ଓ ସଂକୀର୍ଣ୍ଣତାକୁ ନେଇ ଚାଳକମାନେ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି।ଖଣ୍ଡପଡ଼ା ଗ୍ରାମ୍ଯଉନ୍ନୟନ ବିଭାଗ ଅଧିନରେ ଥିବା ଏହି ରାସ୍ତାର ଉନ୍ନତିକରଣ ସହ ପ୍ରଶସ୍ତୀକରଣ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।ପ୍ରକାଶଥାଉକି ଉକ୍ତ ରାସ୍ତାଟି ଖଣ୍ଡପଡ଼ା ସହରରୁ ବନମାଳୀପୁର ଗ୍ରାମ ଦେଇ ଭୁବନେଶ୍ବରରୁ ଖଣ୍ଡପଡ଼ାକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତାର କାଚେରାସାହି ଛକକୁ ସଂଯୋଗ କରୁଥିବା ବେଳେ ଦୁରତ୍ବ କମ ଦୃଷ୍ଟିରୁ ଗତ କିଛିବର୍ଷ ହେଲା ଏହି ରାସ୍ତାଟି ଏକ ବ୍ୟସ୍ତବହୁଳ ରାସ୍ତା ଭାବେ ପରିଗଣିତ ହେଉଛି। 

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS