BREAKING
Loading...
:

ଓଡ଼ିଶାରେ ବୃଦ୍ଧି ପାଉଥିବା ଅପରାଧର ଦମନ ପାଇଁ ଓଡ଼ିଶା ସାମ୍ବାଦିକ ମହାସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘର ସାମ୍ବାଦିକ ସମ୍ମିଳନୀ।

 ଓଡ଼ିଶାରେ ବୃଦ୍ଧି ପାଉଥିବା ଅପରାଧର  ଦମନ ପାଇଁ ଓଡ଼ିଶା ସାମ୍ବାଦିକ ମହାସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘର ସାମ୍ବାଦିକ ସମ୍ମିଳନୀ।

  


ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଉଥିବା ହତ୍ୟା,ଗଣଧର୍ଷଣ, ନାରୀ ନିର୍ଯାତନା ସହ ସାମ୍ବାଦିକ ଉପରେ ହେଉଥିବା ଦମନ ଓ ହତ୍ୟାକୁ ନେଇ ଓଡ଼ିଶା ସାମ୍ବାଦିକ ମହାସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଉଦ଼ବେଗ ପ୍ରକାଶ କରିବାସହ ସେମାନଙ୍କ ପରିବାରର ସେମାନଙ୍କ ସୁରକ୍ଷାର ସକାଶେ  ବିକଳ୍ପ ଭବନ କମାପଲ୍ଲୀ ,ବ୍ରହ୍ମପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା।ବିଗତ ଦିନର ବହୁ ନାରୀ ନିର୍ଯାତନା ଓ ଗଣଧର୍ଷଣ ଶିକାର ଓ ବର୍ତ୍ତମାନ ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟୟନରତ ଛାତ୍ରୀ ନିଜର ସୁରକ୍ଷାର ଗୁହାରି କଲେଜ ପ୍ରଶାସନ ଠାରୁ ଆରମ୍ବ କରି ଶାସକଙ୍କ ଦୃଷ୍ଟିପାତ କଲେ ସୁଦ୍ଧା କୌଣସିପ୍ରକାର ଆଖିଦୃଶିଆ ପଦକ୍ଷେପ ନହେବାରୁ। ଶେଷରେ ଚରମ ନିଷ୍ପତି ଗ୍ରହଣ କରି ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଭଳି କରୁଣ ନିଷ୍ପତି ନେଇ ବର୍ତ୍ତମାନ ସୁଦ୍ଧା ଜୀବନ ମରଣର ସହ ସଂଗ୍ରାମ କରି ମେଡିକାଲ ଚିକିତ୍ସିତ ଅଛନ୍ତି।ସେହିପରି ମାଲକାନଗିରିର କାର୍ଯରତ ସାମ୍ବାଦିକଙ୍କୁ ଯେଉଁଭଳି ନୃଶଂସ ଭାବରେ ବିଭିନ୍ନ ମାରଣାସ୍ତ୍ର ରେ ହତ୍ୟା କରାଗଲା ତାହାର ଦୃଢ ନିନ୍ଦା କରିବା ସହ ପିଡିତ ପରିବାର କୁ ଅନୁକମ୍ପାମୂଳକ କ୍ଷତିପୂରଣ ଦେବାର ସହ ଅପରାଧି ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦୃଢ ଦଣ୍ଡ ବିଧାନ କରିବା।ଏବଂ ରାଜ୍ୟର କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କ ସୁରକ୍ଷା ଏବଂ ସେମାନଙ୍କ ପରିବାର ସୁରକ୍ଷା ଓଡ଼ିଶା ସରକାରଙ୍କ ତରଫରୂ ନେବା ସକାଶେ ଦାବୀ ଜଣାଇ ଥିଲେ।ଆଇନଜୀବୀ ତଥା ଓଡ଼ିଶା ସାମ୍ବାଦିକ ମହାସଂଘ ସାଧାରଣ ସମ୍ପାଦକ ଗୌରାଙ୍ଗ ଚୌଧୁରୀ,ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଜୟରାମ ମହାରଣା,ଆଇନଜୀବୀ ତଥା ମହାସଂଘର ସଦସ୍ଯ ଟି ସତିଶ କୁମାର ପାତ୍ର, ମହିଳା ସଦସ୍ଯା ଇଶ୍ବରୀ ରାଉତ,ସାମ୍ବାଦିକା ହରପ୍ରିୟା ସାହୁ,ସଂପାଦକ ଅନିଲ କୁମାର ଚୌଧୁରୀ,ସଦସ୍ଯ ରମେଶ ଚନ୍ଦ୍ର ବେହେରା ଜୋତିରଞନ ଗୌଡ ଉପସ୍ଥିତ ରହି ସରକାରଙ୍କ ଠାରେ ନିବେଦନ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS