BREAKING
Loading...
:

ଲକ୍ଷ୍ମୀନାରାୟଣ ଭେଟ ସହ ମହାପ୍ରଭୁଙ୍କର ବାହୁଡା ଯାତ୍ରା ଶେଷ

 ଲକ୍ଷ୍ମୀନାରାୟଣ ଭେଟ ସହ ମହାପ୍ରଭୁଙ୍କର ବାହୁଡା ଯାତ୍ରା ଶେଷ   



ଖଣ୍ଡପଡ଼ା ୭|୭ ( ଖଣ୍ଡପଡ଼ା ନ୍ୟୁଜ): ଖଣ୍ଡପଡ଼ା ସହର ସମେତ ଖଳିସାହି ଓ ମର୍ଦ୍ଦରାଜପୁର ଗ୍ରାମରେ ମହାପ୍ରଭୁଙ୍କର ପବିତ୍ର ତମ ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସୋମବାର ଶେଷ ହୋଇଥିବା ଜଣାପଡିଛି। ଖଣ୍ଡପଡ଼ା ସହରର ରଥଗଡା ଛକରେ ପ୍ରଭୁ ଶ୍ରୀ ଜଗନ୍ନାଥଜୀଉ ଓ ପତିତପାବନଜୀଉଙ୍କ ରଥ ଲାଗିବା ପରେ ପାରମ୍ପରିକ ପ୍ରଥାନୁଯାୟୀ ଲକ୍ଷ୍ମୀନାରାୟଣ ଭେଟ ଅନୁଷ୍ଠିତ ହୋଇଥିଲା।ଅଭିମାନିନୀ ମା ଲକ୍ଷ୍ମୀ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ବାହାରି  ମହାପ୍ରଭୁଙ୍କର ରଥ  ନିକଟରେ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ଅନୁଷ୍ଠିତ ହୋଇଥିଲା । ମା ଲକ୍ଷ୍ମୀ ରଥ ଚାରିପାଖରେ ପରିକ୍ରମା କରିବା ସହ ଏ ଅବସରରେ ଅନୁଷ୍ଠିତ ସଂନ୍ଧ୍ଯା ଆଳତିକୁ ଶହଶହ ଶ୍ରଦ୍ଧାଳୁ ଭକ୍ତ ରଥ ସମ୍ମୁଖରେ ଉପସ୍ଥିତ ରହି ଦର୍ଶନ କରିଥିଲେ। ଲକ୍ଷ୍ମୀନାରାୟଣ ଭେଟ ଶେଷ ପରେ ମା ଲକ୍ଷ୍ମୀ ବିମାନ ଯୋଗେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସଂନ୍ଧ୍ଯାଧୂପ ସମ୍ମୁଖ ରଥାରୂଢ ବିଗ୍ରହମାନଙ୍କ ନିକଟରେ ଅଧରପଣା ଓ ରସଗୋଲା ଭୋଗ  ଲାଗି କରାଯାଇଥିଲା। ଖଣ୍ଡପଡ଼ା ସହରରେ ଗତ ୩ ଦିନ ଧରି ଆୟୋଜିତ ବାହୁଡା ଯାତ୍ରାର ଶେଷ ଦିବସରେ ଆଖପାଖ ଅଞ୍ଚଳରୁ ୫ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣଙ୍କ ସମାଗମ ହୋଇଥିଲା । ବିଳମ୍ବିତ ରାତିରେ ବିଗ୍ରହମାନେ ପହଣ୍ତି ବିଜେ ହୋଇ ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ମନ୍ଦିର କର୍ତ୍ତୃପକ୍ଷଙ୍କ ଠାରୁ ଜଣାପଡିଛି। 

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS