ସାହିତ୍ଯ ଏକାଡେମୀ ସ୍ଵନକ୍ଷତ୍ର ଦିବସରେ ଛାତ୍ରୀ ଅର୍ଚ୍ଚନା ସାହୁ ସମ୍ବର୍ଦ୍ଧିତ
ସମ୍ବଲପୁର (ମଣିଭଦ୍ରା ଖବର)
ବରପାଲି ଅନ୍ତର୍ଗତ କଦଲିପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଛାତ୍ରୀ ଅର୍ଚ୍ଚନା ସାହୁ ଓଡିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଦିବସରେ ପୁରସ୍କୃତ ହୋଇଥିବା ଜଣାପଡିଛି। ୨୦୨୨-୨୫ ଶିକ୍ଷା ବର୍ଷ ସମ୍ବଲପୁର ବିଶ୍ଵବିଦ୍ୟାଳୟ ସ୍ତରୀୟ ୨୦୨୨-୨୫ ଶିକ୍ଷା ବର୍ଷ ଓଡିଆ ବିଭାଗ ସମ୍ମାନ ସ୍ନାତକରେ ସର୍ବୋଚ୍ଚ ନମ୍ବର (୯.୦୮) ରଖିଥିବା ଯୋଗୁଁ ଓଡିଶା ସାହିତ୍ୟ ଏକାଡେମୀ ୬୮ତମ ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସମାରୋହରେ ସମ୍ମାନିତ ହୋଇଥିଲେ। ଉତ୍ସବରେ ନିମନ୍ର୍ତିତ ଅତିଥିମାନଙ୍କ ଗହଣରେ ପ୍ରମାଣ ପତ୍ର, ଉପଢୌକନ ଓ ସ୍ମୃତିଫଳକ ଗ୍ରହଣ କରି ମହାବିଦ୍ଯାଳୟର ସମ୍ମାନକୁ ଦ୍ବିଗୁଣିତ କରିଥିଲେ। ଏହି ଅବସରରେ ସୋମବାର ଜେଡି ମହିଳା ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସହ ଅନ୍ତର୍ଯ୍ୟାମୀ ପଣ୍ଡା ଏବଂ ସମସ୍ତ ଅଧ୍ୟାପକ/ ଅଧ୍ୟାପିକା ଛାତ୍ରୀ ଅର୍ଚ୍ଚନା ସାହୁଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଖବରରେ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment