BREAKING
Loading...
:

ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

 ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ରାୟଗଡ଼ା (ମଣିଭଦ୍ରା ଖବର) ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନର୍ସିଂ ଛାତ୍ରଛାତ୍ରୀଙ୍କୁ ନେଇ ମାନସିକ ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଧିୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଉପରେ ମାନସିକ ଚାପ ପରିଚାଳନା ଏବଂ କିଶୋର ମାନସିକ ସ୍ୱାସ୍ଥ୍ୟ ଚାପ ପରିଚାଳନା ସମ୍ପର୍କରେ ଆଲଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ବିଶେଷଜ୍ଞ ଡକ୍ଟର ରାକେଶ ରଞ୍ଜନ ପାଢ଼ୀ କିଶୋର ଅବସ୍ଥାରେ ଘଟୁଥିବା ବିଭିନ୍ନ ମାନସିକ ଅବସାଦ, ଅସ୍ଥିରତା, ଚାପ ତଥା ବିଭିନ୍ନ ଅପରାଧ ପ୍ରବଣତା ଉପରେ ବିସ୍ତୃତ ଭାବରେ ମାର୍ଗଦର୍ଶନ ଦେବା ସହ ଏହାର ନିରାକରଣ ପାଇଁ ପରିବାର, ପିତାମାତାଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଆଲୋଚନାର ମୁଖ୍ୟ ବିଷୟଗୁଡ଼ିକ ମଧ୍ୟରେ କିଶୋର ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ, ମାନସିକ କଷ୍ଟର ପ୍ରାରମ୍ଭିକ ଚିହ୍ନଟ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଚାପ ପରିଚାଳନା ପାଇଁ ବ୍ୟବହାରିକ କୌଶଳ ଅନ୍ତର୍ଭୁକ୍ତ ଥିଲା। ଏହି ଅଧିବେଶନରେ ଜାତୀୟ ଟୋଲ୍-ଫ୍ରି ମାନସିକ ସ୍ୱାସ୍ଥ୍ୟ ହେଲ୍ପଲାଇନ୍ ନଂ (୧୪୪୧୬) ଟେଲି-ମାନାସ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ସହାୟତା ସେବାର ଉପଲବ୍ଧତା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ସେହିପରି ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲା ଏବଂ ଭାବପ୍ରବଣ କିମ୍ବା ମାନସିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ମାଗଣା, ଗୋପନୀୟ ସହାୟତା କିପରି ପାଇବେ ସେ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନର୍ସିଂ ବିଭାଗର ଶିକ୍ଷକ ପି.ରବି ତେଜା, ସିନାଲିକା କର, ପ୍ରଣତି ଦାସ ହିମାଂଶୁ ବେହେରା ଏବଂ ଜିଲ୍ଲା ମାନସିକ ପରିଚାଳନା ବିଭାଗ ସଦସ୍ୟ ତଥା ମନୋଚିକିତ୍ସା ସାମାଜିକ କର୍ମୀ ପୂର୍ଣ୍ଣଚନ୍ଦ୍ର କଦମ୍ବଳା, ସମ୍ପ୍ରଦାୟ ପର୍ଯ୍ୟବେକ୍ଷକ ସମରଜିତ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS