BREAKING
Loading...
:

ବାଣୀଗୋଛା ହାଇସ୍କୁଲରେ ବନମହୋତ୍ସବ ପାଳିତ ।

 ବାଣୀଗୋଛା ହାଇସ୍କୁଲରେ ବନମହୋତ୍ସବ ପାଳିତ ।


ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ବୃକ୍ଷ ବଂଚିଲେ ଆମେ ବଂଚିବା  । ଏହି ଉକ୍ତିକୁ ପାଥେୟ କରି ଆଜି ,୭୬ ତମ ବନମହୋତ୍ସବ ସପ୍ତାହ ଉପଲକ୍ଷେ ଆଦିବାସୀ ମଂଗଳ ବିଭାଗ ପରିଚାଳିତ ଦଶପଲ୍ଲା ବ୍ଳକ୍ ର ବାଣୀଗୋଛା ସରକାରୀ ଉଚ୍ଚ ବିଦ୍ୟାଳୟ  ପରିସରରେ  ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଣିଗୋଛା ବନ୍ୟପ୍ରାଣୀ ବନାଂଚଳ ( ପଶ୍ଚିମ ) ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନ୍ତେବାସୀ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ଥିଲେ ଓ ତାହାର ଯତ୍ନ ନେବାପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ବୃକ୍ଷରୋପଣ କାର୍ଯ୍ୟକ୍ରମ ପରେ ,ଶିକ୍ଷକ ମାନେ ମାନବ ସମାଜ ପାଇଁ ବୃକ୍ଷର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀ ମାନକୁଂ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ବାଣୀଗୋଛା ପଶ୍ଚିମ ( ବନ୍ୟପ୍ରାଣୀ )ବନାଂଚଳ ଅଧିକାରୀ ସଂସାର ବର୍ଗୀଆ ଯୋଗ ଦେଇଥିବା ବେଳେ, ବନପାଳ ରାଜକୁମାର ଶତପଥି ,ଦୀପ୍ତିରଂଜନ ଆଚାର୍ଯ୍ୟ, ଗୋଲକ ବିହାରୀ ବେହେରା ,ପୁଷ୍ପଲତା ପ୍ରଧାନ ଯୋଗଦେଇ ପ୍ରଧାନଶିକ୍ଷକକଂ ପ୍ରତ୍ୟକ୍ଷ ତତ୍ବାବଧାନରେ  ଶତାଧିକ ବୃକ୍ଷ ରୋପଣ ହୋଇଥିଲା । ପ୍ରକାଶ ଥାଉକି ବନାଂଚଳ ଅଧିକାରୀ କଂ ନିର୍ଦ୍ଦେଶ କ୍ରମେଃ , ବୁଗୁଡା ସେକ୍ସନ ବନପାଳ ରାଜକୁମାର ସତପଥି କଂ ତତ୍ବାବଧାନରେ ବାଣିଗୋଛା ପଶ୍ଚିମ ବନାଂଚଳ ର ବିଭିନ୍ନ ଆଦିବାସୀ ଗ୍ରାମରେ ଜଂଗଲ ସୁରକ୍ଷା, ଅଗ୍ନି ନିର୍ବାପଣ,ବୃକ୍ଷରୋପଣ , ବନ୍ୟପ୍ରାଣୀ ସୁରକ୍ଷ ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା ସୃଷ୍ଟିକରି ବନାଂଚଳ ଅଧିକାରୀ ବେଶ୍ ଜର୍ଚ୍ଚାରେ ରହିଛନ୍ତି ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS