BREAKING
Loading...
:

ଫୁଲୁଛି ବ୍ରାହ୍ମଣୀ: ମନ୍ଦିରା ଡ୍ୟାମ୍‌ରେ ଖୋଲିଲା ୬ ଗେଟ୍

 *ଫୁଲୁଛି ବ୍ରାହ୍ମଣୀ: ମନ୍ଦିରା ଡ୍ୟାମ୍‌ରେ ଖୋଲିଲା ୬ ଗେଟ୍ l*



*ଝାଡ଼ଖଣ୍ଡ ଉପର ମୁଣ୍ଡରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁ ବ୍ରାହ୍ମଣୀ ଜଳସ୍ତର ବଢୁଛି। ମନ୍ଦିରା ଡ୍ୟାମ୍‌ରେ ବିପଦ ସଙ୍କେତ ୧୭୮.୪୨୦ ମିଟର ରହିଥିବାବେଳେ ସତର୍କ ଜଳସ୍ତର ରହିଛି ୧୭୭.୫୧୦ ମିଟର। ଆଜି ସକାଳ ୮ଟା ସୁଦ୍ଧା ବ୍ରାହ୍ମଣୀର ବନ୍ୟାଜଳ ୧୭୪.୦୫ ମିଟର ଏବଂ ଅପରାହ୍ଣରେ ୧୭୪.୨୪୦ ମିଟର ଉଚ୍ଚରେ ପ୍ରବାହିତ ହେଉଥିଲା। ଜଳସ୍ତର ବଢ଼ୁଥିବାରୁ ମନ୍ଦିରା ଡ୍ୟାମ୍‌ର ୬ଟି ଗେଟ୍‌ ଖୋଲାଯାଇଛି। ବର୍ଷା ଲାଗି ରହିଲେ ଓ ଜଳସ୍ତର ବଢ଼ିଲେ ଡ୍ୟାମ୍‌ର ଅନ୍ୟ ଗେଟ୍‌ଗୁଡ଼ିକ ଖୋଲାଯିବ ଆର୍‌ଏସ୍‌ପି ପକ୍ଷରୁ କୁହାଯାଇଛି। ମନ୍ଦିରାରେ ମୋଟ ୧୧ଟି ସ୍ଲୁଇସ୍‌ ଗେଟ୍‌ ରହିଛି। ମନ୍ଦିରାରେ ଜଳସ୍ତର ରହିଛି ୬୮୦ ଫୁଟ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS