ବନାଂଚଳ କାର୍ଯ୍ୟଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଦଶପଲ୍ଲା (ଶିବାନୀ ଦୀପାଞ୍ଜଳୀ) ବୃକ୍ଷ ଦେବୋ ଭବ । ଏହି ଉକ୍ତିକୁ ପାଥେୟ କରି ଆଜି ,୭୬ ତମ ବନମହୋତ୍ସବ ସପ୍ତାହ ଉପଲକ୍ଷେ ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଣିଗୋଛା ବନ୍ୟପ୍ରାଣୀ ବନାଂଚଳ ( ପଶ୍ଚିମ ) ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବନ କର୍ମଚାରୀ ମାନେ ପ୍ରତ୍ୟେକ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ଥିଲେ ଓ ତାହାର ଉପଯୁକ୍ତ ଯତ୍ନ ନେବାପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ବୃକ୍ଷରୋପଣ କାର୍ଯ୍ୟକ୍ରମ ପରେ ,ବନାଂଚଳ ଅଧିକାରୀ ସଂସାର ବର୍ଗୀଆ ,ମାନବ ସମାଜ ପାଇଁ ବୃକ୍ଷର ଆବଶ୍ୟକତା ବିଷୟରେ ବନ କର୍ମଚାରୀ ମାନକୁଂ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ବାଣୀଗୋଛା ପଶ୍ଚିମ ( ବନ୍ୟପ୍ରାଣୀ ) ବନାଂଚଳର ବନପାଳ ରାଜକୁମାର ଶତପଥି ,ଦୀପ୍ତିରଂଜନ ଆଚାର୍ଯ୍ୟ, ଗୋଲକ ବିହାରୀ ବେହେରା ,ପୁଷ୍ପଲତା ପ୍ରଧାନ ,ବନରକ୍ଷୀ ମଧୁସ୍ମିତା ନାୟକ,କଂ ସମେତ ,ଫାୟାର ଓ୍ବାଚର ,ଶୀକାର ନିରୋଧି ବନ କର୍ମଚାରୀ ମାନେ ଯୋଗ ଦେଇଥିଲେ ।
ମଣିଭଦ୍ରା ଖବର,ଦଶପଲ୍ଲା
Post a Comment