ପାଟପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ
କଳାପଥର,୧୧/୭ (ମାନସ ରଞ୍ଜନ ସାହୁ): ଗୋପାଳପୁର ପଞ୍ଚାୟତସ୍ଥ ପାଟପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ବିଜୟ ଲକ୍ଷ୍ମୀ ନାୟକଙ୍କ ତତ୍ତ୍ୱାବଧାନରେ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଡମପଡ଼ା ବି.ଇ.ଓ କାମରାଜ ସାହୁ ଯୋଗଦାନ କରି ସୁସ୍ଥ ଓ ସୁନ୍ଦର ପରିବେଶ ପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ କହିଥିଲେ । ଅତିଥି ଭାବେ ପ୍ରକୃତିବନ୍ଧୁ ବଳରାମ ପାଇକରାୟ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ସରୋଜ କୁମାର ମହାପାତ୍ର, ପ୍ରତାପ କୁମାର ପ୍ରଧାନ, ହରିପ୍ରୟା ସ୍ୱାଇଁ, କୁମୁଦୁନୀ ଦାସ ପ୍ରମୁଖ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ
Post a Comment