BREAKING
Loading...
:

ତାଳବସ୍ତ ଡାକ୍ତରଖାନା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

 ତାଳବସ୍ତ ଡାକ୍ତରଖାନା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ବାଙ୍କୀ,୧୧/୭ (ମାନସ ରଞ୍ଜନ ସାହୁ): ତାଳବସ୍ତ ଡାକ୍ତରଖାନା ତରଫରୁ ବିଭିନ୍ନ ପ୍ରକାର ବୃକ୍ଷ ଯଥା ଅଁଳା, ପିଜୁଳି ଓ ଫୁଲଗଛ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ କୁମାର ସାହୁ ଶୁଭାରମ୍ଭ କରିଥିଲେ । ମୁଖ୍ୟଅତିଥି ଭାବେ ଅକ୍ଷୟ କୁମାର ବେହେରା ଯୋଗଦାନ କରିଥିଲେ । ଶ୍ରୀରାମ କମିଟି ସଭାପତି ବିଶ୍ୱରଞ୍ଜନ ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗଦାଧର ବସ୍ତି, ବିମଳଧଳ ସାମନ୍ତ, ପୃଥୀରାଜ ପରିଡା ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଡାକ୍ତରଖାନାର କର୍ମଚାରୀ ରାକେଶ ଲେଙ୍କା, ରବିନ୍ଦ୍ର ନାୟକ, ପୁଷ୍ପଲତା ମହାପାତ୍ର, ଏଲିନା ପ୍ରିୟଦର୍ଶିନୀ, ଶୁଭଲକ୍ଷ୍ମୀ ମହନ୍ତି ଓ ସୁମିତ୍ରା ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS