BREAKING
Loading...
:

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ।

 ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ।



ବଲାଙ୍ଗୀର/ଟିଟିଲାଗଡ଼, ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ପ୍ରକାଶ ଯେ, ଟିଟିଲାଗଡ଼ ରେଳ ଷ୍ଟେସନ ର ପ୍ଳାଟ ଫର୍ମ ନଂ, ୩ ରୁ ୩୫ କେଜି ୫୦୦ ଗ୍ରାମ ଗଞ୍ଜେଇ ତିନି ଅଭିଯୁକ୍ତ ରାୟପୁର ଓ ଝାନ୍ସୀ କୁ ଚାଲାଣ କରିବା ପାଇଁ ଟ୍ରେନ କୁ ତିନି ଅଭିଯୁକ୍ତ ଅପେକ୍ଷା କରିଥିଲେ। ଏ ଚାଲାଣ ସୂଚନା ପାଇ ରେଳ ବିଭାଗ ଆର ପି ଏଫ ପୋଲିସ ଟିଟିଲାଗଡ଼ ଅବକାରୀ ବିଭାଗ କୁ ସୂଚନା ଦେଇ ଥିଲେ । ଅବକାରୀ ବିଭାଗ ତଥା ଆର ପି ଏଫ ପୋଲିସ ର ଏକ ସ୍ୱତନ୍ତ୍ର ଟିମ ଗଠନ କରି ଏହି ତିନି ଅଭିଯୁକ୍ତ  ଙ୍କୁ ଗଞ୍ଜେଇ ଶହ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତ ଙ୍କ ମଧ୍ୟରେ କେସିଙ୍ଗା ଥାନା ଅନ୍ତର୍ଗତ ତହସିଲ ଗ୍ରାମର  ବିଜୟ ବାଗ (ବ-୩୪),ବୋରିଂପଦର ଗ୍ରାମ ର ସାପ୍ତେ ବାଗ (ବ,୩୦) ଓ ଉତ୍ତରପ୍ରଦେଶ ର ରକ୍ସା ଥାନା ଅନ୍ତର୍ଗତ ଧୀରମାପରା ନିବାସୀ ବିରେନ ରାଇକ୍ୱାର (ବ -୪୦) ବୋଲି ଜଣା ପଡିଛି  ।  ସମସ୍ତ ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବା ଯୋଗୁଁ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତ କୁ ପଠେଇ ଦିଆ ଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS