BREAKING
Loading...
:

ପଦ୍ମଶ୍ରୀ କୁଞ୍ଜ ବିହାରୀ ଙ୍କ ଶ୍ରାଦ୍ଧ ଦିବସରେ ପ୍ରତିମୂର୍ତ୍ତି ଉନ୍ମୋଚନ

 ପଦ୍ମଶ୍ରୀ କୁଞ୍ଜ ବିହାରୀ ଙ୍କ ଶ୍ରାଦ୍ଧ ଦିବସରେ ପ୍ରତିମୂର୍ତ୍ତି ଉନ୍ମୋଚନ



ସମ୍ବଲପୁର (ମଣିଭଦ୍ରା ଖବର) 


ବାନ୍ଧକଳାର ପ୍ରବାଦ ପୁରୁଷ ଶିଳ୍ପଗୁରୁ ପଦ୍ମଶ୍ରୀ କୁଞ୍ଜ ବିହାରୀ ମେହେରଙ୍କ ସପ୍ତଦଶ ପୁଣ୍ୟତିଥି ଅବସରରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କଳା ଭାରତୀ ଟ୍ରଷ୍ଟ ସଂଗ୍ରହାଳୟ ଓ କଳା ଭବନ ପରିବାର ତରଫରୁ ତାଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ସଂଗେ ଶ୍ରାଦ୍ଧସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ୟସୱାଲ, ସମ୍ମାନୀତ ଅତିଥି  ଆଇଆଇଏଚଟି ବରଗଡର ନିର୍ଦ୍ଦେଶକ ପ୍ରଫେସର ବ୍ରିଜେଶ ଅବସ୍ତି ତଥା ଅନ୍ୟତମ ସମ୍ମାନୀତ ଅତିଥି ଭାବରେ  ନିଖିଳ ଓଡିଶା ଭୁଲିଆ ସମାଜ ର କାର୍ଯ୍ୟକାରୀ ସଭାପତି ସୁସାହିତ୍ୟିକ ସୁରେନ୍ଦ୍ର ମୋହନ ମେହେର ଏବଂ ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଶେଷନ ବିଶି ଯୋଗଦାନ କରିଥିଲେ l  କଳା ଭାରତୀର ସଭାପତି ଡ଼. ରବୀନ୍ଦ୍ର କୁମାର ଗଡତିଆ ସଭାପତିତ୍ବ କରିଥିଲେ । ତାଙ୍କର ସୁପୁତ୍ର ବିଶିଷ୍ଟ ବାନ୍ଧ ଶିଳ୍ପୀ ଡ଼.ସୁରେନ୍ଦ୍ର ମେହେର ମଂଚାସୀନ ଥାଇ ପିତାଙ୍କ ବାନ୍ଧ କଳାପ୍ରତି ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପ୍ରାରମ୍ଭିକ ସୂଚନା ଅନୁଷ୍ଠାନର ସମ୍ପାଦକ ଅଧ୍ୟାପକ ଉତ୍ତର କୁମାର ଗଡତିଆ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସଦସ୍ୟ ବୀରେନ୍ଦ୍ର ନାଥ ନାଗ ଧନ୍ୟବାଦ ଅର୍ପଣ କରିଥଲେ l ଏହି ଅବସରରେ ତାଙ୍କ ସୁପୁତ୍ର ଡ଼. ସୁରେନ୍ଦ୍ର ମେହେରଙ୍କୁ ତାଙ୍କର ବାନ୍ଧକଳା ଗଙ୍ଗାଧର ଓ ମହିମା ଏ ବର୍ଷ  ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା।  କାର୍ଯ୍ୟକ୍ରମରେ କଳା ଭାରତୀ ଟ୍ରଷ୍ଟର ସମସ୍ତ ସଦସ୍ୟ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS