BREAKING
Loading...
:

ଦେଶୀ, ବିଦେଶୀ ମଦ ଶହ ଭାଙ୍ଗ ଜବତ ଆସାମୀ ଗିରଫ

 ଦେଶୀ, ବିଦେଶୀ ମଦ ଶହ ଭାଙ୍ଗ ଜବତ ଆସାମୀ ଗିରଫ 



ଚିଲିକା  (ସଂଗ୍ରାମ ରଣା) ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ସୁମିତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗି ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକନ୍ତ ଭୋଇଙ୍କ ତତ୍ୱଅଵଦାନରେ ବାଲୁଗାଁ OICଙ୍କ ନେତୃତ୍ୱରେ ଟାଙ୍ଗି ଅବକାରୀ ଅଞ୍ଚଳରେ ଚୋରା ମଦ ବିକ୍ରି କରୁଥିବା ବଡ଼ପୋଖରିଆ ଗ୍ରାମର ଅରୁଣ ସାମନ୍ତରାୟ ବୟସ (୪୮)କେସ୍ ନଂ-୬୭/୨୫-୨୬, ଟାଙ୍ଗି ଗୋଡିପାଟଣା ଅଞ୍ଚଳର ଚରଣ ମହାରଣା ବୟସ (୪୭) କେସ୍ ନଂ -୨୯/୨୫-୨୬, ନୀଳଗିରି ପାଟଣା ଅଞ୍ଚଳର ଆଲୋକ ରଣସିଙ୍ଗ ବୟସ(୨୮)କେସ୍ ନଂ-୩୦/୨୫-୨୬ ,ସେହିଭଳି ଭାବେ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ  ଜଟିଆପଟଣା ଗ୍ରାମର ଗୋବିନ୍ଦ ଭୋଳ କେସ୍ ନଂ -୮୧/୨୫/୨୬ ,  ମାନସିଂହପୁର ଗ୍ରାମ ପାଲା ପଡ଼ିଆ ସାହି ଅଞ୍ଚଳର ଅଲି ବେହେରା  ବୟସ (୩୭)କେସ୍ ନଂ ୮୨//୨୫/୨୬ , ଜରିପଡ଼ା ଗ୍ରାମ ଶଙ୍କର ହରିସ୍ ଚନ୍ଦ୍ର ବୟସ (୫୦) ତାଙ୍କ ନିକଟରୁ ୫କେଜି ଭାଙ୍ଗ ଜବତ   ହୋଇଛି । ଏହି ସମସ୍ତ ଚୋରା ନିଶାକାରବାର ଦୀର୍ଘଦିନ ହେବ କରିଆସୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଏମାନଙ୍କୁ ଟାଙ୍ଗି ଓ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଦେଶୀ ,ବିଦେଶୀ  ମହୁଲି ମିଶି ୫୮ ଲିଟର ମଦ ଓ ପାଞ୍ଚ କେଜି ଭାଙ୍ଗ ଜବତ କରି ସମସ୍ତ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଅଛି । ଏହି ଚଡାଉରେ OIC ସୁଜିତ କୁମାର ମୁଦୁଲି , ASI ରାମଚନ୍ଦ୍ର ଜେନା , ASI ମୀନକେତନ ମହାଲିକ ,ସସ୍ମିତା ସେଠି ,ସୁନିତା ମହାରଣା , ମନୋଜ କୁମାର ଜୟସିଙ୍ଗ ,ରଞ୍ଜିତ ପଟେଲ , ଚଡାଉରେ ସାମିଲି ଥିଲେ ।

ମଣିଭଦ୍ରା ଖବର,ଚିଲିକା

Post a Comment

Previous Post Next Post
Header ADS