ଜଳ ନିଷ୍କାସନ ପଥ ଅବରୋଧ
ରାସ୍ତାରେପାଣି,ଲୋକେହନ୍ତସନ୍ତ
ଖଣ୍ଡପଡ଼ା ୧୩/୭( ) : ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି ଗ୍ରାମର
ଗୋୖଡ ସାହି ବାସିନ୍ଦା ବହୁ ଦିନରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ଲଗାଣ ବର୍ଷା ଯୋଗୁଁ ରାସ୍ତା ରେ
ବର୍ଷା ଜଳ ନିଷ୍କାସନ ହୋଇ ପାରୁନଥିବାରୁ ରାସ୍ତା ରେ ୨ ଫୁଟ ଉଚ୍ଚତାରେ ପାଣି ଜମି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା କୁ ପଡୁଛି।ଜଳ ନିଷ୍କାସନ ପଥ ଅବରୋଧ
କରି ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ସ୍ଥାୟୀ ବାସଗୃହ ନିର୍ମାଣ କରି ରାସ୍ତା ଅବରୋଧ କରି ରଖିଛନ୍ତି ଯାହାକି ଏହି ଭଳି ସମସ୍ୟା ସୃଷ୍ଟି ହେଉଥିବା ଜଣାପଡିଛି। ବର୍ତମାନ ଅଳ୍ପ ବର୍ଷା ଯୋଗୁଁ ରାସ୍ତା ରେ ହ୍ରଦ ପରି ପାଣି ଜମି ରହିଥିବାରୁ ଗ୍ରାମବାସୀଙ୍କ ଯାତାୟାତ ରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଲିଖିତ ଅଭିଯୋଗ ଜଣାଇଛନ୍ତି ଆଗକୁ ର୍ବଷା ଋତୁ ଆସୁଥିବା ବେଳେ ଏବେ ଠାରୁ ଏହାର ସୁରକ୍ଷା ବ୍ୟବସ୍ଥା କରାନଗଲେ ଆଗକୁ ପରିସ୍ଥିତି ଜଟିଳ ହେବାର ଆଶଙ୍କା ପ୍ରକାଶ ପାଇଛି।
ଉପାୟ ଶୂନ୍ୟ ହୋଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ
ରାସ୍ତା ଉପରେ ଜମି ରହିଥିବା ପାଣି ଉପରେ ଯାତାୟାତ କରୁଥିବା ରୁ ଅସନ୍ତୋଷ ପ୍ରକାଶ ପାଇଛି। ଅଞ୍ଚଳ ବାସି ଙ୍କ ହିତ କୁ
ଦୃଷ୍ଟି ରେ ରଖି ବର୍ଷା ଜଳ ନିଷ୍କାସନ ନିମନ୍ତେ ରାସ୍ତା ପାର୍ଶ୍ବରେ ନାଳ ନିର୍ମାଣ କରିବାକୁ
ଖଳି ସାହି ପଞ୍ଚାୟତ କତୃପକ୍ଷ,
ବ୍ଲକପ୍ରଶାସନ ସହ ସ୍ଥାନିୟ ବିଧାୟକ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ କରିଛନ୍ତି ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment