୬୮ତମ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ
ରାୟଗଡ଼ :- ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ରାୟଗଡା ଠାରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଓଡିଶା ସରକାର ଓ ଜିଲ୍ଲା ସଂସ୍କୃତି ବିଭାଗ ଅନୁକୁଲ୍ୟରେ ଓଡ଼ିଆ ସାହିତ୍ୟ ଏକାଡେମୀ ର ୬୮ତମ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା
କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପୂର୍ବରୁ ବ୍ଲକ ସ୍ତରରେ ଆୟୋଜିତ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନେ ୪ଟି ବିଭାଗର ଯଥା ସାହିତ୍ୟ ସମ୍ପର୍କିତ ବକୃତା,କବିତା ଆବୃତ୍ତି,ପ୍ରବନ୍ଧ ଏବଂ ସାଧାରଣ ଜ୍ଞାନ ଓ ଇଂରାଜୀରୁ ଓଡ଼ିଆ ଅନୁବାଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ I ଷଷ୍ଠ ଓ ସପ୍ତମ ଶ୍ରେଣୀକୁ ନେଇ କନିଷ୍ଠ ଓ ଅଷ୍ଟମ,ନବମ ଓ ଦଶମ ଶ୍ରେଣୀକୁ ନେଇ ବରିଷ୍ଠ ଏହି ଦୁଇଟି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କୁ ମଧ୍ୟାହ୍ନ ଭୋଜନ ପରେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା
ସୂଚନାଯୋଗ୍ୟ ଯେ,କନିଷ୍ଠ ବିଭାଗର ପ୍ରଥମ ସ୍ଥାନ ହାସଲ କରିଥିବା ଚାରିଜଣ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୧୩ ତାରିଖରେ ହେବାକୁଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ଅଭିଭାବକଙ୍କ ସହ ଭୁବନେଶ୍ୱର ପ୍ରେରଣ କରାଯିବ ଓ ବରିଷ୍ଠ ବର୍ଗର ପ୍ରଥମ ସ୍ଥାନ ହାସଲ କରିଥିବା ଚାରିଜଣ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୧୯ ତାରିଖରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପ୍ରେରଣ କରାଯିବ ଯାହାର ସମସ୍ତ ଖର୍ଚ୍ଚ ଓଡିଶା ସାହିତ୍ୟ ଏକାଡେମୀ ବହନ କରିବେ l
ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ ଯୋଗଦେଇ ଉପସ୍ଥିତ ଶିକ୍ଷକ,ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନିଜ ସମ୍ଭାଷଣ ମାଧ୍ୟମରେ ଉତ୍ସାହିତ କରିଥିଲେ ଓ ପୁରସ୍କାର ବିତରଣ କରିଥିଲେ I ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ନାହକ,
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ
ନିଜ ବକ୍ତବ୍ୟ ମାଧ୍ୟମରେ ପିଲା ମାନଙ୍କୁ ଆଶୀର୍ବାଦ ଓ ପୁରସ୍କାର ପ୍ରଦାନ କରିଥିଲେ I ବିଚାରକ ଭାବେ ଶ୍ରୀମତୀ ବି.ଅନିତା,ଶ୍ରୀମତୀ ସୋନାଲି ମିଶ୍ର,ଶ୍ରୀକାନ୍ତ ମାଲିକ ଓ ମନୋରଞ୍ଜନ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ I ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ସୁଚାରୁ ଭାବେ ପରିଚାଳନା କରିଥିଲେ ଓ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ନାୟକ କାର୍ଯ୍ୟକ୍ରମରେ ମଞ୍ଚ ସଂଚାଳନ କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق