BREAKING
Loading...
:

ଡବଲ ମର୍ଡର,ବାପାମାଆଙ୍କୁ ହତ୍ୟାକଲା ପୁଅ।

 ଡବଲ ମର୍ଡର,ବାପାମାଆଙ୍କୁ ହତ୍ୟାକଲା ପୁଅ। 




 ନିଶାସକ୍ତ ପୁଅର ଉନ୍ମୁକ୍ତ କାଣ୍ଡ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ମାନଗୋବିନ୍ଦପୁର ପଞ୍ଚାୟତ ଧନାପାଳ ଗାଁରେ ଡବଲ ମଡର। ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡକୁ ଛେଚି ହତ୍ୟା ପୁଅ ହତ୍ୟାକଲା ବାପା ଓ ମାଆଙ୍କୁ। ମୃତକ ବାପା ହେଲେ ୮୦ ବର୍ଷୀୟ ହାଡ଼ିବନ୍ଧୁ ସାହୁ ଓ ମାଆ ହେଲେ ୭୨ ବର୍ଷୀୟା ଶାନ୍ତି ସାହୁ। ଅଭିଯୁକ୍ତ ପୁଅ ହେଲେ *ହିମାଂଶୁ ସାହୁ* । ଅଭିଯୁକ୍ତ ପୁଅ ଘର ଠାରୁ ଦୁରରେ ରହୁଥିଲା। ମଝିରେ ମଝିରେ ଘରକୁ ଯାଇ କରୁଥିଲା ପାଟିତୁଣ୍ଡ। ହେଲେ ନିଶାସକ୍ତ ପୁଅ  ନିଜର ହିତାହିତ ଜ୍ଞାନ ଭୁଲି ପବିତ୍ର ସମ୍ପର୍କର ଡୋରି ଛିଡାଇ ନୃଶଂସ ଭାବେ ହତ୍ୟା କରିଥିଲା। ଖବରପାଇ ଘଟଣାସ୍ଥଳରେ ବୈଶିଙ୍ଗା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି। ସେପଟେ ମୃତକ ମାଆ ଶାନ୍ତି ଥିଲେ ଜଣେ ଦିବ୍ୟାଙ୍ଗ। ଘଟଣା ଅନୁସାରେ ବିଳମ୍ୱିତ ରାତି ୧୧ସମୟରେ ଘଟିଛି ଘଟଣା। ପୁଅ ମାଣିତ୍ରି ଅଞ୍ଚଳରେ ରହୁଥିଲା। ପୁଅର ଏଭଳି ଆଚରଣ ପାଇଁ ଦୁଇସନ୍ତାନକୁ ସାଙ୍ଗରେ ନେଇ ସ୍ତ୍ରୀ  ଅନ୍ୟତ୍ର ଚାଲିଯାଇଛନ୍ତି। ବାପା ଶଯ୍ୟାସାଇ ଓ ମାଆ ଆଶାବାଡି ରେ ଦିନ କାଟୁଥିଲେ। ବୟସର ଅପରାହ୍ନରେ ଅସହାୟ ଜୀବନ ଜିଉଁଥିବା ବାପା ମାଆ ଆଶା ବାନ୍ଧିଥିଲେ ଏଭଳି ଦୁଃସମୟରେ ଆଶାବାଡ଼ି ସାଜିବା ବଦଳରେ ସଇତାନ ସାଜିଲା ପୁଅ । ତେବେ ନିଶାସକ୍ତ ପୁଅର ଏଭଳି କାଣ୍ଡକୁନେଇ  ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS