୨୧ ତାରିଖରେ ଶନିଶ୍ଚର ଦେବଙ୍କ ପ୍ରତିଷ୍ଠା ଉତ୍ସବ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ କରଡାପଡା ପଞ୍ଚାୟତ ଗୁଣ୍ଡୁରିବାରି ଗ୍ରାମରେ ଆସନ୍ତା ୨୧ ତାରିଖରେ ଶନିଶ୍ଚର ଦେବଙ୍କ ପ୍ରତିଷ୍ଠା ଉତ୍ସବ ପାଳନ କରାଯିବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ପର୍ବ ସରିଯାଇଛି । ୨୦ ତାରିଖରେ ଅଧିବାସ, ଅଙ୍କୁରାରୋପଣ, ଗର୍ଭାଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୧ ତାରିଖରେ କଳସଯାତ୍ରା, ସୂର୍ଯ୍ୟପୂଜା, ମନ୍ଦିର ନ୍ୟାସ, ମନ୍ଦିର ପ୍ରବେଶ ଏବଂ ପୂର୍ଣ୍ଣାହୁତି ହେବ ବୋଲି ସରପଞ୍ଚଙ୍କ ପ୍ରତିନିଧି ସମୀର କୁମାର ସାହୁ ପ୍ରକାଶ କରିଛନ୍ତି । ଏପରିକି ବହୁ ସଂଖ୍ୟାରେ ଯୋଗ ଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାକୁ ସେ ନିବେଦନ କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ
إرسال تعليق