BREAKING
Loading...
:

କଲେଜ ଅଧ୍ୟକ୍ଷ ଙ୍କ ଛାତ୍ର, ଛାତ୍ରୀ ଙ୍କ ନିକଟ ରୁ ବେଆଇନ ଅର୍ଥ ଆଦାୟ।

 କଲେଜ ଅଧ୍ୟକ୍ଷ ଙ୍କ ଛାତ୍ର, ଛାତ୍ରୀ ଙ୍କ ନିକଟ ରୁ ବେଆଇନ ଅର୍ଥ ଆଦାୟ।





ବଲାଙ୍ଗୀର/ଟିଟିଲାଗଡ଼,ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ହଳଦୀ ଗ୍ରାମ ସ୍ଥିତ ବୀର ସୁରେନ୍ଦ୍ର ସାଏ ମହାବିଦ୍ୟାଳୟ ରେ ବ୍ୟାପକ ଦୁର୍ନୀତି ଓ ମନୋମୁଖୀ କାର୍ଯ୍ୟ କଳାପ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି!

ବିନା ଆବଶ୍ୟକ କ୍ରମେ ଛାତ୍ର, ଛାତ୍ରୀ ଙ୍କ ନିକଟ ରୁ ନାନା ଆଳରେ ଟଙ୍କା ଆଦାୟ କରା ଯାଉଥିବା ଅଭିଯୋଗ ହୋଇ ଆସୁଛି । ସେହିପରି ସମ୍ପୂର୍ଣ ବେଆଇନ ଭାବେ  ଯୁକ୍ତ ଦୁଇ କକ୍ଷ ର ଛାତ୍ର, ଛାତ୍ରୀ ଙ୍କ ନିକଟ ରୁ ବାର ଶହ ଟଙ୍କା ଲେଖାଏଁ ଆଦାୟ କରି ଉକ୍ତ ଯୁକ୍ତ ଦୁଇ ର ପ୍ରମାଣ ପତ୍ର ବଣ୍ଟନ କରାଯିବା ନେଇ ଅନେକ ଅଭିଭାବକ ବିରୋଧ କରିଥିଲେ  । 

କଲେଜ ଅଧ୍ୟକ୍ଷ ଖୋଲା, ଖୋଲି ନାନା ଆଳରେ ଏଭଳି ହଜାର, ହଜାର ଟଙ୍କା ଫିସ ବା ଦେୟ ଆଳରେ  ବିନା ରସିଦ ରେ ଆଦାୟ କରିବା ଅଭିଯୋଗ ହୋଇଛି। ସେହିପରି ପୂର୍ବରୁ ଏମତି ବେଆଇନ ଭାବରେ ଏମିତି ଅର୍ଥ ମାତ୍ରାଧିକ ଭାବେ ଆଦାୟ କରି ହରି ଲୁଟ କରିଆସୁଥିବା ନେଇ ତୁରନ୍ତ ବିଭାଗୀୟ ଅଧିକାରୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲ ରେ ଦୃଢ ଦାବି ହେଉଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS