BREAKING
Loading...
:

ଜଗନ୍ନାଥ ନଗରରୁ ମିଳିଥିବା ଅଚିହ୍ନା ମୃତ ଯୁବକଙ୍କ ପୋଲିସ କଲା ପର୍ଦ୍ଦାଫାସ

 ଜଗନ୍ନାଥ ନଗରରୁ ମିଳିଥିବା ଅଚିହ୍ନା ମୃତ ଯୁବକଙ୍କ ପୋଲିସ କଲା ପର୍ଦ୍ଦାଫାସ



ସମ୍ବଲପୁର (ମଣିଭଦ୍ରା ଖବର) 


ବରପାଲି ଜଗନ୍ନାଥ ନଗରରେ ଉଦ୍ଧାର କରିଥିବା ଅଚିହ୍ନା ଯୁବକଙ୍କ ମୃତ୍ୟୁ ରହସ୍ୟ ଜଣାପଡ଼ିବା ସହ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣି ପାରି ଘଟଣାରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଘଟଣାରୁ ପ୍ରକାଶ  ଯେ ଗତ ଦୁଇ ତାରିଖ ଦିନ ବରପାଲି ଜଗନ୍ନାଥ ନଗର ରେଳ ଫାଟକ ନିକଟରେ ଏକ ଯୁବକର ମୃତ ଦେହ ପଡ଼ିଥିବା ଖବର ପାଇ ବରପାଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ (ୟୁଡି କେସ ନମ୍ବର ୧୧/୨୫) କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଅନ୍ୟ ପକ୍ଷରେ ମୃତ ଯୁବକ ଜଣକ ହେଲେ ଚେନ୍ନାଇ ନିକଟସ୍ଥ ଏକ ଗ୍ରାମର ଅଜୟ ଏଚ୍, ବୟସ ୨୧ । ସେ ଜଣେ ଛାତ୍ର ଥିଲେ। ସେ ଗତ ମାସ ୨୭ ତାରିଖରୁ ତାଙ୍କର ଜଣେ ବନ୍ଧୁଙ୍କ ସହ ବୁଲିବାକୁ ଯାଉଛି କହି ଘରୁ ଆସିଥିଲେ। ତାଙ୍କ ପରିବାର ଲୋକେ ଅଜୟର କିଛି ଖବର ନ ପାଇବାରୁ ସେଠାରେ ଏକ ନିଖୋଜ ରିପୋର୍ଟ୍ କରିଥିଲେ। ହେଲେ ଅଜୟ ତାଙ୍କ ବନ୍ଧୁଙ୍କ ସହ ବରପାଲି ରେଳ ଷ୍ଟେସନରେ ବୁଲୁଥିବା ବେଳେ କେତେକ ସ୍ଥାନୀୟ ଯୁବକ ସେମାନଙ୍କୁ ଆକ୍ରମଣ କରି ଗୋଡ଼ାଇଥିଲେ। ଅଜୟଙ୍କ ବନ୍ଧୁ ଦୌଡ଼ି ପଳେଇ ଯିବାକୁ ସକ୍ଷମ ହେବା ପରେ ଅଜୟ ତଳେ ପଡି ଯିବାରୁ ତାକୁ ଯୁବକ ମାନେ କାବୁ କରିନେଇ ଏକ ନିରୋଳା ସ୍ଥାନକୁ ନେଇଯାଇ ମାଡ ମାରିବା ସହ ଘରକୁ ଫୋନ କରି ଏକ ଲକ୍ଷ ଟଙ୍କା ଫୋନ ପେ ନକଲେ ତୁମ ପୁଅକୁ ମାରିଦେବୁ ବୋଲି ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ହେଲେ ଦୃର୍ବୁତ୍ତମାନେ ତାଙ୍କ ନିଜ ଫୋନରୁ କଲ୍ କରିଥିବାରୁ ଘଟଣା ଜଣା ପଡ଼ିଯାଇଥିଲା । ତାଙ୍କ ପରିବାର ଲୋକେ ଏହି ଧମକ ପାଇବା ମାତ୍ରେ ଥାନାକୁ ଯାଇ ରିପୋର୍ଟ କରିଥିଲେ। ଦୃର୍ବୁତ୍ତମାନେ ନିଜ ଫେlନ୍‌ରୁ କଲ୍ କରିଥ୍ରଵାରୁ ଚେନ୍ନlଇ ପୁଲିସକୁ ବରପାଲିରୁ ଫେlନ୍  ଯାଇଥିବାର ସୁରାକ ମିଳିଯାଇଥିଲା। ଚେନ୍ନlଇ ପେlଲିସଠାରୁ ଖବର ପାଇ ମୣତ ପରିବାର ଲେlକେ ବରପାଲି ଥାନା ସହ ଯୋଗାଯୋଗ କରି ଫଟୋ ଚିହ୍ନଟ କରିବା ପରେ ବରପାଲି ଆସି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ହତ୍ୟା ମାମଲା (ବରପାଲି  ଥାନା କେସ୍ ନମ୍ବର ୧୮୯/୨୫)ରୁଜୁ କରି ଘଟଣା ରେ ସଂପୃକ୍ତ ଶ୍ରୀବତ୍ସ ମହାନନ୍ଦ ଙ୍କ ସହ ଦୁଇ ଜଣ ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖୁବ୍‌ କମ୍ ଦିନରେ ଏହି ହତ୍ୟା ମାମଲାର ପର୍ଦ୍ଦାଫାସ କରିବା ବରପାଲି ପୋଲିସର କାର୍ଯ୍ୟ ନିହାତି ପ୍ରଶଂସନୀୟ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS