*ଆଶାକର୍ମୀଙ୍କ ଆକ୍ରୋଶରୁ ବର୍ତ୍ତିଲେନି ସାମ୍ବାଦିକ*
ଗଜପତି(ମନୋଜ କୁମାର ପାଢୀ) ୯/୭/୨୦୨୫ଆଜି ଭାରତ ବନ୍ଦର ପ୍ରଭାବ ମୋହନାରେ ପଡ଼ିଥିବା ବେଳେ ମୁଖ୍ୟ ଜାତୀୟ ରାଜରାସ୍ତାରେ 326 A ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି l ଏଥିରେ ଡାକ ସେବା ମଧ୍ୟ ପ୍ରଭାବିତ ହୋଇଛି l ମୋହନାରେ ହାଇସ୍କୁଲ ଛକରେ ଆନ୍ଦୋଳନକାରୀ ମାନେ ଦୋକାନ ବଜାର ଠାରୁ ଆରମ୍ଭ କରି ମଟର ସାଇକେଲ ,ସାଇକେଲ , ଗାଡି ଏପରିକି ସାଧାରଣତଃ ସାମ୍ବାଦିକ ମାନଙ୍କୁ ମଧ୍ୟ ଛାଡି ନ ଥିଲେ ଏପରିକି ସାମ୍ବାଦିକମାନଙ୍କୁ ଗାଳିଗୁଲଜ କରିବାକୁ ମଧ୍ୟ ପଛେଇନଥିଲେ l ବିଭିନ୍ନ ପୋଷ୍ଟ ଅଫିସ ଗୁଡ଼ିକରେ ଡ଼ାକ ବ୍ୟାଗ୍ ଦେଇ ପୁଣି ସେଠାରୁ ଡାକ ନେଇ ପାରଳାଖେମୁଣ୍ଡି ମୁଖ୍ୟ ଡାକ ଅଫିସ୍ ଯିବା କଥା l ହେଲେ ଗାଡି ନ ଛାଡ଼ିବାରୁ ଡାକ ସେବା ପ୍ରଭାବିତ ହୋଇଛି l ସେହି ଭଳି ବ୍ରହ୍ମ ପୁର ବଡ଼ ମେଡିକାଲରୁ ରୋଗୀ ରାୟଗଡା ଜିଲ୍ଲା ପଦ୍ମପୁର ଘର କୁ ଯିବା ପାଇଁ ଛାଡି ନଥିଲେ l ଅଯଥା ଯୁକ୍ତି ତର୍କ କରି ଗାଡ଼ି ଗୁଡ଼ିକୁ ଅଟକାଇ ରଖୁଥିଲେ , କିଛି ସ୍ଥାନ ରେ ହଳ ବା ଚାଷ କରି ଫେରୁଥିବା ଲୋକଙ୍କୁ ମଧ୍ୟ ଛାଡ଼ି ନଥିବା ଦେଖିବା କୁ ମିଳିଛି । ଭିନ୍ନକ୍ଷମ ଲୋକଙ୍କୁ ବି ଅଟକ ରଖିଥିବା ଦେଖିବାକୁ ମିଳିଥିଲା lଏଥିରେ ଅନେକ ଯାତ୍ରୀ ଓ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖିନ ହେଇଥିଲେ l ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ କର୍ମଚାରୀ ଥାଇ ମଧ୍ୟ ନିରବନିଷ୍ଟା ସାଜିଥିଲେ । ଏଥିରେ ଦେବାକୁ ମିଳୁଛି ଯେ ଆଇନୀ ସୁରକ୍ଷା ବିପର୍ଯ୍ୟୟ ଦେଖାଦେଇଥିଲା । ଆଶାକର୍ମୀଙ୍କ ଆଇନକୁ ହାତକୁ ନେଇ ଏହିଭଳି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ତୀବ୍ରନିନ୍ଦା କରାଯାଇଛି ।
ମଣିଭଦ୍ରା ଖବର, ଗଜପତି
Post a Comment