BREAKING
Loading...
:

କିଡନୀ ରୋଗୀ ସବିତାଙ୍କୁ ସହାୟତା ହାତ ବଢାଇଲେ ମୁକ୍ତି ସଂଗଠନ ର ସଭାପତି ସୁଶାନ୍ତ ମହାନ୍ତି ।।

 କିଡନୀ ରୋଗୀ ସବିତାଙ୍କୁ ସହାୟତା ହାତ ବଢାଇଲେ ମୁକ୍ତି ସଂଗଠନ ର ସଭାପତି ସୁଶାନ୍ତ ମହାନ୍ତି ।।

ଦଶପଲ୍ଲା (ଶିବାନୀ ଦୀପାଞ୍ଜଳୀ) ଗତ ଜୁଲାଇ ୧ ତାରିଖ ଦିନ ବିଭିନ୍ନ ଖବରକାଗଜରେ ଖବର ପ୍ରସାରିତ ହେବାପରେ କିଡନୀ ରୋଗରେ ଆକ୍ରାନ୍ତ ସବିତା କୁଂ ସହାୟତା ର ହାତ ବଢାଇଛନ୍ତି କଟକ ଜିଲ୍ଲା ନରସିଂହପୁର ମୁକ୍ତି ସଂଗଠନ ର ସଭାପତି ସୁଶାନ୍ତ ମହାନ୍ତି  । ପ୍ରକାଶ ଥାଉକି ,  କିଡନୀ ରୋଗରେ ଆକ୍ରାନ୍ତ ହୋଇ ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଡାପାଜୁ ଗାଁର ପ୍ରହଲ୍ଲାଦ ନାୟକ ଙ୍କ ସ୍ତ୍ରୀ ସବିତା ନାୟକ ସଜ୍ୟାସାୟୀ ହୋଇ ପଡିଥିଲେ ।  ସେ ଅନେକ ଡାକ୍ତରଖାନା  ବୁଲିବା ପରେ,ଅର୍ଥାଭାବରୁ , କିଂ କର୍ତ୍ତବ୍ୟ ବିମୁଢ ହୋଇ ଘରେ ନିରାଶ ହୋଇ ପଡ଼ି ରହିଥିଲେ  । ଦୈନିକ ହୀରାଂଚଳ ଖବରକାଗଜରେ ଏ ଖବର ପ୍ରକାଶନ ପରେ , ନରସିଂହପୁର ର ଅଗ୍ରଣୀ ସଂଗଠନ  " ମୁକ୍ତି " ର ସଭାପତି ସୁଶାନ୍ତ କୁମାର ମହାନ୍ତି ଓ ସହଯୋଗୀ ଖବର କୁ ଦେଖି , ସବିତା ଙ୍କୁ ସହାୟତା ର ହାତ ବଢ଼ାଇବା ପାଇଁ ଆଗକୁ ଆଗେଇ ଆସିଥିଲେ ।  ଆଜି ସେମାନେ ସବିତାଙ୍କ ପରିବାରକୁ ଚାଉଳ, ଚୁଡା, ବିସ୍କୁଟ,ଚିନି,ଡାଲି,ପରିବା, ସମେତ କିଛି  ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।  ମୁକ୍ତି ସଂଗଠନ ନରସିଂହପୁର ଅଂଚଳରେ ପୂର୍ବରୁ ଅନେକ ସେବା ମୂଳକ କାର୍ଯ୍ୟ କରି  ଏକ ଚର୍ଚ୍ଚିତ ଅନୁଷ୍ଠାନ ରେ ପରିଗଣିତ ହୋଇ ପାରିଛି । ଖବର ପ୍ରକାଶନ ପରେ  ସବିତାଙ୍କ ପାଖରେ ପହଞ୍ଚି ତାଙ୍କ ସମସ୍ତ ସମସ୍ୟା ବୁଝିବା ସହିତ ତାଙ୍କୁ ଆର୍ଥିକ ସହାୟତା ସହିତ କିପରି ସରକାରୀ ସହାୟତା ମିଳିପାରିବ ଓ କିପରି  ଉନ୍ନତତର ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇବା ପାଇଁ ପ୍ରତିଶ୍ରୁତି ଦେଇ ଆସିଥିଲେ । ସବିତାଙ୍କ ର ଅଧାରୁ ପାଠ ଛାଡିଥିବା ଝିଅ ସୋନାଲି ନାୟକଙ୍କୁ ବିଦ୍ୟାଳୟ ରେ ନାମ ଲେଖାଇବା ପାଇଁ ବି ଇ ଓ  ଦଶପଲ୍ଲା କଂ  ସହିତ ଯୋଗାଯୋଗ କରିଥିଲେ । ତେବେ ସାହାଯ୍ୟ ପାଇ ସବିତା ,ସଂଗଠନର ସଭାପତି ଓ ସଦସ୍ୟ କୁଂ ଧନ୍ୟବାଦ ପ୍ରଦାନ କରିଥିଲେ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS