BREAKING
Loading...
:

କାର୍ଯ୍ଯକାରୀ ହେଉନି ବଦଳି ଯୋଜନା,ସରକାରୀ ଦପ୍ତରରେ ବର୍ଷ ବର୍ଷ ଧରି ରହିଛନ୍ତି କର୍ମଚାରୀ !

 କାର୍ଯ୍ଯକାରୀ  ହେଉନି ବଦଳି ଯୋଜନା,ସରକାରୀ ଦପ୍ତରରେ ବର୍ଷ ବର୍ଷ ଧରି ରହିଛନ୍ତି କର୍ମଚାରୀ !



ଖଣ୍ଡପଡା  (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡା ଅଞ୍ଚଳର ବ୍ଳକ, ତହସିଲ ,ଏନଏସି ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି  କେତେକ କର୍ମଚାରୀ କାର୍ଯ୍ୟ କରି ଆସୁଛନ୍ତି । ବିଭିନ୍ନ ସମୟରେ ସେମାନଙ୍କର ବଦଳି ଆସିଥିଲେ ହେଁ ଉପରସ୍ଥ ଅଧିକାରୀଙ୍କୁ କରାୟତ୍ତ କରି ସଂପୃକ୍ତ କର୍ମଚାରୀମାନେ ବଦଳି ଆଦେଶକୁ ବାତିଲ କରି ପରବର୍ତ୍ତୀ ସମୟରେ ପୁର୍ନବାର ସେଠାରେ ଅବସ୍ଥାପିତ ହୋଇଥିବା ଜଣାଯାଇଛି ।   ସାଧାରଣରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ପ୍ରକାଶଥାଉକି ରାଜ୍ଯ ସରକାର ସରକାରୀ କାର୍ଯ୍ୟାଳୟ ଗୁଡିକରେ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଏକଦା ୩ ବର୍ଷିଆ ବଦଳି ଯୋଜନା କାର୍ଯ୍ୟକାରୀ କରିଥିଲେ। ଯେ କୌଣସି କର୍ମଚାରୀ ଗୋଟିଏ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ବୋଲି ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ମାତ୍ର ସରକାରଙ୍କ ଏହି ନିର୍ଦ୍ଦେଶନାମା ଖଣ୍ଡପଡା ଅଞ୍ଚଳରେ କାର୍ଯ୍ୟକାରୀ ହେଉନଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।ଫଳରେ ସରକାରୀ କାର୍ଯ୍ଯାଳୟ ଗୁଡିକରେ ଦୁର୍ନୀତିର ଚେର ବେଳକୁ ବେଳ ଲମ୍ବା ହେବାରେ ଲାଗିଛି । ଖଣ୍ଡପଡା ଅଞ୍ଚଳରେ ଅବସ୍ଥିତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ  କର୍ମଚାରୀମାନଙ୍କର ତାଲିକା ପ୍ରସ୍ତୁତ କରି ତୁରନ୍ତ ସେମାନଙ୍କୁ ଏଠାରୁ ଅନ୍ୟତ୍ର ବଦଳି ନିମନ୍ତେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ନୟାଗଡ ଜିଲ୍ଲାପାଳ, ବିଭାଗୀୟ  ଉଚ୍ଚ କର୍ତ୍ତୃପକ୍ଷ ଓ ବିଭାଗୀୟ ମନ୍ତ୍ରୀ  ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS