ଗୋଡଭଗା ସତସଙ୍ଗ କେନ୍ଦ୍ରରେ ଶ୍ରୀ ଶ୍ରୀ ବଡ଼ମାଆଙ୍କର ଆବିର୍ଭାବ ଦିବସ ପାଳିତ
ଗୋଡଭଗା:
ଆଜି ପରମାରାଧ୍ୟା ଜଗତ୍ଜନନୀ ଶ୍ରୀ ଶ୍ରୀ ବଡମା'ଙ୍କର ଶୁଭ ୧୩୨ ତମ ଆବିର୍ଭାବ ଦିବସ ମହୋତ୍ସବ ଗୋଡଭଗା ସତ୍ସଙ୍ଗ ବିହାର ପରିସରରେ ବିଭିନ୍ନ ମାଙ୍ଗଳିକ ଅନୁଷ୍ଠାନ ସହ ପାଳିତ ହୋଇଯାଇଛି। ପରମାପ୍ରକୃତି ଲକ୍ଷ୍ମୀସ୍ୱରୂପିଣୀ ଜଗଜ୍ଜନନୀ ଶ୍ରା ଶ୍ରୀ ବଡମା'ଙ୍କର ଶୁଭ ଆବିର୍ଭାବ ଦିବସ ସ୍ମରଣ ପୂର୍ବକ ତାଙ୍କର ଜୀବନାଦର୍ଶକୁ ପାଥେୟ କରି ଇଷ୍ଟସ୍ୱାର୍ଥ ପ୍ରତିଷ୍ଠାରେ ବ୍ରତୀ ହେବା ସଙ୍ଗେ ସଙ୍ଗେ ଧନ୍ୟ ଓ ସାର୍ଥକ ହେବାକୁ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିବା ଏଡିଜେ ସତସଙ୍ଗ ନବୀନ କର ଉପସ୍ଥିତ ସମସ୍ତ ଗୁରୁଭାଇ ଓ ଗୁରୁମାଆମାନଙ୍କୁ ନିଜ ବକ୍ତବ୍ୟରେ କହିଥିଲେ। ଗୋଡଭଗା ସତସଙ୍ଗ କେନ୍ଦ୍ରର ଏଡିଜେ ସରୋଜ କୁମାର ଭୋଇଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବେଦ ମାଙ୍ଗଳିକ, ନହବତ୍, ଉଷାକୀର୍ତ୍ତନ, ପ୍ରାତଃ ବିନତୀ ପ୍ରାର୍ଥନା, ସଦ୍ଗ୍ରନ୍ଥ ପାଠ, ସଂଗୀତଞ୍ଜଳି, ମାତୃ ସମ୍ମିଳନୀ, ସତ୍ସଙ୍ଗ ଓ ସଦାଲୋଚନା ଆଦି କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଆୟୋଜିତ ହୋଇଥିଲା। ଗୁରୁମା' ସଂଯୁକ୍ତା ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ମାତୃ ସମ୍ମିଳନୀରେ ଗୁରୁମା' ମିନି ଗଡତିଆ ବଡମା'ଙ୍କର ଆଦର୍ଶରେ ଅନୁପ୍ରାଣୀତ ହେବାକୁ ନିଜ ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତେ ପ୍ରସାଦ ସେବନ କରିଥିଲେ। ସ୍ଥାନୀୟ ସତସଙ୍ଗ କେନ୍ଦ୍ରର ସମସ୍ତ ଗରୁଭାଇ ଓ ଗୁରୁମା'ମାନେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق