BREAKING
Loading...
:

ଓସ୍ତିଆ ବାଲିଘାଟ ବାହାରେ ଗଚ୍ଛିତ ବାଲି ନିଲାମ ହେବ କେବେ?

 ଓସ୍ତିଆ ବାଲିଘାଟ ବାହାରେ ଗଚ୍ଛିତ ବାଲି ନିଲାମ ହେବ କେବେ?



ବାଙ୍କୀ,୨୯ା୭(ମାନସ ରଞ୍ଜନ ସାହୁ ):ବାଙ୍କୀ ବ୍ଲକ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତସ୍ଥ ଓସ୍ତିଆ ବାଲିଘାଟର ବାହାରେ ଗଚ୍ଛିତ ହୋଇଥିବା ବାଲି ବର୍ତ୍ତମାନ ସୁଦ୍ଧା ଖଣିବିଭାଗ ନିଲାମ କରିନାହିଁ । ବାଙ୍କୀ ଉପଖଣ୍ଡର ଅନ୍ୟାନ୍ୟ ବାଲିଘାଟରେ ଗଚ୍ଛିତ ଥିବା ବାଲିକୁ ଖଣି ବିଭାଗ ନିଲାମ କରିସାରିଛି । କିନ୍ତୁ ଓସ୍ତିଆ ବାଲିଘାଟ ଗଚ୍ଛିତ ଥିବା ବାଲି ବର୍ତ୍ତମାନ ସୁଦ୍ଧା ନିଲାମ ନହୋଇ ଗଦା ହୋଇ ରହିଛି । ରାତିରେ ଟ୍ରାକ୍ଟର , ଟ୍ରକ୍ ଯୋଗେ ବାଲି ଚୋରାରେ ବିକ୍ରି ହେଉଛି । ଯଦି  ମହାନଦୀରେ ବନ୍ୟା ଆସେ ତେବେ ଗଚ୍ଛିତ ଥିବା ବାଲି ଲୋକମାନଙ୍କ ଧାନ ଜମିରେ ମାଡିଗଲେ ଧାନ ଜମିଗୁଡିକ ବାଲିଚର ହୋଇଯିବାର ଆଶଙ୍କା ଉପୁଜୁଛି ।  ବାଙ୍କୀ ବ୍ଲକରେ କଟକ ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ସ୍ଥାନୀୟ ଲୋକମାନେ ମଧ୍ୟ ଗଚ୍ଚିତ ବାଲି ନିଲାମ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତୁରନ୍ତ ଖଣି ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଗଚ୍ଛିତ ବାଲିକୁ ନିଲାମ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS