BREAKING
Loading...
:

ଝାଟିମାଟି ଚାଳ ଛପର ଘରେ ବାସ କରୁଥିବା ପରିବାରବର୍ଗଙ୍କୁ ମିଳୁନି ଆବାସ

 ଝାଟିମାଟି ଚାଳ ଛପର ଘରେ ବାସ କରୁଥିବା ପରିବାରବର୍ଗଙ୍କୁ ମିଳୁନି ଆବାସ                    



    ଖଣ୍ଡପଡ଼ା ୨୭|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ବର୍ଷ ବର୍ଷ ଧରି ଭଙ୍ଗା କୁଡ଼ିଆ ଓ ଝାଟିମାଟି ଘରେ ରହୁଥିବା ଗରିବ ଲୋକମାନଙ୍କୁ ଆବାସ ଯୋଜନାରେ ବାସଗୃହ ଖଣ୍ତେ ମିଳୁନଥିବାରୁ  ଖଣ୍ଡପଡ଼ା ସହରବାସୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଅପରପକ୍ଷେ ହିତାଧିକାରୀ ଚୟନରେ ଅନିୟମିତତା ଯୋଗୁଁ ମାଳମାଳ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଏନଏସି ପ୍ରଶାସନ ପକ୍ଷରୁ ପ୍ରକାଶିତ ପ୍ରଥମ  ହିତାଧିକାରୀଙ୍କ ତାଲିକାରେ ସ୍ଥାନ ପାଇଛି।କେତେକ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀ ଓ  କାଉନସିଲରଙ୍କ ଅସାଧୁ ମେଣ୍ଟ ଯୋଗୁଁ  ଗରିବ ଜନସାଧାରଣଙ୍କ ସ୍ବାର୍ଥ ବଳିପଡିବା ସାର ହୋଇଥିବା ନେଇ ସହର ସାରା ଚର୍ଚ୍ଚା ହେଉଛି। ଆବାସ ଯୋଜନା ହିତାଧିକାରୀ ଚୟନ ଦାୟୀତ୍ବରେ ଥିବା ଏନଏସିର କିଛି ଦୁର୍ନୀତିଖୋର କର୍ମଚାରୀଙ୍କ ଯୋଗୁଁ ଗରିବଙ୍କ ସ୍ବାର୍ଥ ବଳି ପଡିବା ସାର ହୋଇଛି।ଖଣ୍ଡପଡ଼ା ସହର ୬ ନଂ ଓ୍ବାର୍ଡର ପ୍ରଫୁଲ୍ଲ କୁମାର ସିଂହଙ୍କ ପରିବାର ଆବାସ ଯୋଜନାରେ ବାସଗୃହ ପାଇବାକୁ ହକଦାର ହୋଇଥେଲେ ହେଁ  ତାଙ୍କ ନାମ  ନୂତନ ହିତାଧିକାରୀଙ୍କ ତାଲିକାରେ ସ୍ଥାନ  ପାଇନାହିଁ।ପ୍ରଫୁଲ୍ଲଙ୍କ ସହ ୨ ଅବିବାହିତ ଭଉଣୀ ଅତି ଦୟନୀୟ ଅବସ୍ଥାରେ ଏକ ନୂଆଣିଆଁ ଚାଳ ଓ ପଲିଥିନ ଛପର କଚ୍ଚା ଘରେ ରହୁଥିବା ବେଳେ ଏହି ବର୍ଗର ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାନଯିବା  ପରିତାପର ବିଷୟ ଅଟେ।ପ୍ରଫୁଲ୍ଲଙ୍କ ପରିବାର ପରି ଖଣ୍ଡପଡ଼ା ସହରର ୧୩ ଟି ଯାକ ଓ୍ବାର୍ଡରେ ଅନେକ ଆର୍ଥିକ ଅନଗ୍ରସର ଶ୍ରେଣୀର ପରିବାରବର୍ଗ  ଅତି ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଥିଲେ ହେଁ ଦୀପତଳ ଅନ୍ଧାର ପରି ଏନଏସି ପ୍ରଶାସନ ସେମାନଙ୍କ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି ।ଫଳରେ ଆବାସ ଯୋଜନାରେ ଗୃହ ଖଣ୍ଡେ ପାଇବା ସେମାନଙ୍କ ପାଇଁ ସ୍ବପ୍ନ ପାଲଟିଥିବା ଜଣାପଡିଛି।ନୟାଗଡ ଜିଲ୍ଲାପାଳ ଓ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS