ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୬ ତମ ପ୍ରତିଷ୍ଠା ଉତ୍ସବ ପାଳିତ
ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୩୬ ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ୧୯୮୯ ମସିହା ଜୁଲାଇ ମାସ ୬ ତାରିଖରେ ଉକ୍ତ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ଗ୍ରାମ ପରିକ୍ରମା କରିବା ସହିତ ଗଣିଆ ଉନ୍ନୟନ କମିଟି ପରିସରରେ ଥିବା ଶ୍ରୀଅରବିନ୍ଦଙ୍କ ସମାଧି ପୀଠରେ ସମବେତ ଧ୍ୟାନରେ ବସିଥିଲେ । ଆଜିର ଏହି ପ୍ରତିଷ୍ଠା ଉତ୍ସବରେ ବିଦ୍ୟାଳୟର ସଭାପତି ଆନନ୍ଦଚନ୍ଦ୍ର ବେହେରା ଉପସ୍ଥିତ ରହି କେକ୍ କାଟି ଉତ୍ସବ ପାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ରତ୍ନାକର ମହାପାତ୍ର,ମାନସ କୁମାର ବେହେରା, ନନ୍ଦିନୀ ଗୁରୁ, ସ୍ୱରୂପା ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷା ସହିତ ଆଧ୍ୟାତ୍ମିକତାକୁ ଗୁରୁତ୍ବ ଦେଇ ଉକ୍ତ ଅନୁଷ୍ଠାନ ମହାନଯୋଗୀ ତଥା ସାଧକ ଶ୍ରୀଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା କଥା ସଭାପତି ପ୍ରକାଶ କରିଥିଲେ । ଅଭିଭାବକ ମାନେ ପାଠଚକ୍ରକୁ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷାକେନ୍ଦ୍ରର ସମସ୍ତ ଶିକ୍ଷକ ଅପାଭାଇ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ
Post a Comment