BREAKING
Loading...
:

ଜଳ ନିଷ୍କାସନ ପଥ ଅବରୋଧକୁ ନେଇ ଚାଉପଲ୍ଲୀ ଗ୍ରାମବାସୀଙ୍କ ରାସ୍ତାରୋକ ଆନ୍ଦୋଳନ

 ଜଳ ନିଷ୍କାସନ ପଥ ଅବରୋଧକୁ ନେଇ ଚାଉପଲ୍ଲୀ ଗ୍ରାମବାସୀଙ୍କ ରାସ୍ତାରୋକ ଆନ୍ଦୋଳନ     



ଖଣ୍ଡପଡ଼ା ୩|୭ (ମଣିଭଦ୍ରା ଖବର)ଖଣ୍ଡପଡ଼ାରୁ କଣ୍ଟିଲୋକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତାର ଚାଉପଲ୍ଲୀ ଗ୍ରାମ ନିକଟରେ ଜଣେ ବ୍ୟକ୍ତି ଜଳ ନିଷ୍କାସନ ପଥକୁ ଅବରୋଧ କରି ରାସ୍ତା ପାର୍ଶ୍ବରେ ଏକ ସ୍ଥାୟୀ ପକ୍କା ଗୃହ ନିର୍ମାଣ କରିଥିବାରୁ ବର୍ଷାଜଳ ନିଷ୍କାସନ ହୋଇନପାରି ରାସ୍ତାର ଗୋଟିଏ ପାର୍ଶ୍ବରେ ୪ ଦିନ ହେଲା ଜମି ରହିଛି।ଫଳରେ ଏକରଏକର ଚାଷ ଜମି ଜଳମଗ୍ନ ହେବା ସହ ତଳିଆ ଅଞ୍ଚଳରେ ଥିବା ଜନସାଧାରଣଙ୍କ ବାସଗୃହରେ ପାଣି ପଶୁଛି।ଫଳରେ ଚାଉପଲ୍ଲୀ ଗ୍ରାମବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା।ଜଳ ନିଷ୍କାସନ ପଥରୁ ଅବରୋଧ ହଟାଇବା ନିମନ୍ତେ ଗ୍ରାମବାସୀ ସଂପୃକ୍ତ ବ୍ୟକ୍ତିଙ୍କୁ ଜଣାଇବା ସହ ଏ ସଂପର୍କରେ ବାରମ୍ବାର ଖଣ୍ଡପଡ଼ା ପୋଲିସ ପ୍ରଶାସନ ଓ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ।ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ପରେ ଚାଉପଲ୍ଲୀ ଗ୍ରାମବାସୀ ବାଧ୍ୟହୋଇ ଗୁରୁବାର ଆନ୍ଦୋଳନକୁ ଓହ୍ଲାଇ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଶତାଧିକ  ଗ୍ରାମବାସୀ ଖଣ୍ଡପଡ଼ାରୁ କଣ୍ଟିଲୋକୁ ସଂଯୋଗ କରୁଥିବା ରାସ୍ତାର ଚାଉପଲ୍ଲୀ ଗ୍ରାମ ନିକଟରେ ରାସ୍ତାରୋକ ଆନ୍ଦୋଳନ କରିବା ଯୋଗୁଁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତାରୋକ ଆନ୍ଦୋଳନ ସଂପର୍କରେ ଖବରପାଇ  ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଏସଡିପିଓ ମଦନମୋହନ ପ୍ରଧାନ ,ତହସିଲଦାର ବିଶ୍ବବିଶୃତ ତ୍ରିପାଠୀ,ନୟାଗଡ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୀବ ବେହେରା ଖଣ୍ଡପଡ଼ା ଥାନାଧିକାରୀ ନିହାର ରଞ୍ଜନ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ଯକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିବା ସହ ଗ୍ରାମବାସୀ ଆନ୍ଦୋଳନରୁ ଓହରି ଯାଇଥିବା ଜଣାପଡିଛି। ଜଳ ନିଷ୍କାସନ ପଥରୁ ତୁରନ୍ତ ଅବରୋଧ ହଟାଇବା ନିମନ୍ତେ ପ୍ରଶାସନ ନିଷ୍ପତ୍ତି ନେବା ସହ ତୁରନ୍ତ ଏ ନେଇ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ  ବୋଲି ଚାଉପଲ୍ଲୀ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS