BREAKING
Loading...
:

ଭିଜିଲାନ୍ସ ଟିମ ର ପାଚେରୀ ଡେଇଁ ଅଧିକାରୀ ଙ୍କ ଘରେ ପଶି ଚଢ଼ାଉ, ଅନେକ ସୁନାହାର ସହ ବିଭିନ୍ନ ବେଙ୍କ ଆକାଉଣ୍ଟ ମାନ ଜବତ !

 ଭିଜିଲାନ୍ସ ଟିମ ର ପାଚେରୀ ଡେଇଁ ଅଧିକାରୀ ଙ୍କ ଘରେ ପଶି ଚଢ଼ାଉ, ଅନେକ ସୁନାହାର ସହ ବିଭିନ୍ନ ବେଙ୍କ ଆକାଉଣ୍ଟ ମାନ ଜବତ  !






ବଲାଙ୍ଗୀର/ଟିଟିଲାଗଡ଼ ଟିଟିଲାଗଡ଼ ପୂର୍ତ୍ତ ବୁଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଡିଲେଶ୍ଵର ମାଝୀ ଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ରେ ଗୁରୁବାର ଭୋର ସକାଳ ପାଞ୍ଚ ଟା ରୁ ବଲାଙ୍ଗୀର ଭିଜିଲାନ୍ସ ଡ଼ିଏସପି ପୁଲସ୍ତ୍ରୀ ଛତ୍ରିଆ ଙ୍କ ନେତୃତ୍ୱ ରେ ଏକ ଦଶ ଯଣିଆ ଟିମ ଚଢ଼ାଉ କରିଥିଲା !  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଏହି ଚଢ଼ାଉ କରାଯାଇଥିଲା !

ସୂଚନା ଅନୁଯାୟୀ ପୂର୍ତ୍ତ ବିଭାଗ ର କଣ୍ଟାବାଞ୍ଜି ଡିଭିଜନ ଅନ୍ତର୍ଗତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ରହିଛି !

 ଏହି ବିଭାଗ ଅଧୀନ ରେ ଥିବା ଟିଟିଲାଗଡ଼ ଜି ଇ ଡି ବିଭାଗ ର ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇ ଆସୁଥିଲା  !   ପ୍ରକାଶ ଯେ, ଶ୍ରୀ ମାଝୀ ନିଜେ କିଛି ଠିକାଦାର ଙ୍କ ସହ ମିଶି ଠିକା କାମମାନ ଅତ୍ୟନ୍ତ ନିମ୍ନ ମାନର କରି ଲକ୍ଷ, ଲକ୍ଷ ଟଙ୍କା ହଡପ କରି ଆସୁଥିଲେ !

କିଛି ଦିନ ପୂର୍ବେ କଣ୍ଟାବାଞ୍ଜି ମଣ୍ଡଳ କାର୍ଯ୍ୟାଳୟ ରେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିବା ବେଳେ ଶ୍ରୀ ମାଝୀ ଭିଜିଲାନ୍ସ ର ସ୍କେନର ରେ ରହିଥିଲେ ! ଶ୍ରୀ ମାଝୀ ଙ୍କ ବିରୁଦ୍ଧରେ ଅନେକ ଆପତ୍ତି ଜନକ ଦସ୍ତାବିଜ ଭିଜିଲାନ୍ସ ଟିମ ର ହସ୍ତଗତ ହୋଇଥିଲା !

ଭିଜିଲାନ୍ସ ଟିମ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ବଲପୁର, ବ୍ରଜରାଜନଗର ଓ ଝାରସୁଗୁଡା ର ଶ୍ରୀ ମାଝୀ ଙ୍କ ଘର ସମେତ ତାଙ୍କ ପୈତୃକ ଘର ସହ ସ୍ୱଶୁର ଘରେ ଏକ କାଳିନ ଚଢ଼ାଉ କରିଛି !

ଚଢ଼ାଉ ରେ ଅନେକ ଜରୁରୀ କାଗଜ ପତ୍ର ଓ ନଗଦ ଟଙ୍କା ଓ ବିଭିନ୍ନ ଦାମିକା ସୁନା ଅଳଙ୍କାର ଜବତ କରିଥିବା ବେଳେ ଚଢ଼ାଉ ଜାରି ରହିଥିବା ତଥା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ମାନ ସିଲ କରାଯାଇଥିବା ପ୍ରକାଶ ପାଇଛି  ! ଭିଜିଲାନ୍ସ ଟିମ ଭୋର ସକାଳ ପ୍ରାୟ  ପାଞ୍ଚ ଟା ସମୟ ରେ ଶ୍ରୀ ମାଝୀ ଙ୍କ ସରକାରୀ ବାସ ଭବନ ପାଚେରୀ ଡେଇଁ ଘରେ ପଶି ଚଢ଼ାଉ ଆରମ୍ଭ କରିଥିଲେ !

ଅନେକ ଗୁରୁତ୍ୱପୁର୍ଣ କାଗଜ ପତ୍ର ସହ ନଗଦ  ଛୟାଳିସ ହଜାର ଟଙ୍କା ସହ ଅନେକ ବ୍ୟାଙ୍କ ଆକାଉଣ୍ଟ ମାନ ଜବତ କରିବା ସହ ଲକ୍ଷାଧିକ ଟଙ୍କା ର ସୁନାହାର ମାନ ଉକ୍ତ ଘରୁ ଜବତ କରାଯାଇଛି ! ଏହି ଚଢ଼ାଉ ରୁ ଆଉ ବିପୁଳ ଅର୍ଥ ଜବତ କରାଯିବ ଓ ଏବେ ଏହି ଚଢ଼ାଉ ଜାରି ରଖାଯାଇଛି ବୋଲି ଭିଜିଲାନ୍ସ ଟିମ ପ୍ରକାଶ କରିଛି !

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS