କିଣ୍ଡିରାରେ ୭୫ ତମ ବନ ମହୋତ୍ସବ ଅନୁଷ୍ଠିତ
ସମ୍ବଲପୁର (ମଣିଭଦ୍ରା ଖବର)
କୁଚିଣ୍ଡା ବ୍ଲକ ଅନ୍ତର୍ଗତ କିଣ୍ଡିରା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ସଭା ଗୃହ ଓ ବଗିଚା ପରିସରରେ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ଵରେ ୭୫ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ଏଥିରେ ବିଶିଷ୍ଟ ସମାଜସେବୀ ଯୁଗଳ କିଶୋର ମହାକୁଡ଼ ମୁଖ୍ୟ ଅତିଥି, ପ୍ରକୃତି ବନ୍ଧୁ ଅଲେଖ କୁମାର ପତି , ହାଡ଼ିପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କରୁଣା ମୟୀ ଧନୱାର , ପ୍ରଧାନ ଶିକ୍ଷୟିତ୍ରୀ ସବିତା ପଟେଲ , ଉଦ୍ୟାନବିତ୍ ରବୀନ୍ଦ୍ର କୁମାର ଶେଖର, ବନମାଳୀ ନମଦେଓ, ଓ ବସନ୍ତ ଚୌଧୁରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରକୃତିର ଭାରସାମ୍ୟ ରକ୍ଷା ପାଇଁ ବନ ଓ ବନ୍ୟପ୍ରାଣୀର ସୁରକ୍ଷା ଜରୁରୀ ବୋଲି କହିଥିଲେ । ଏହି ଅବସରରେ ପ୍ରକୃତି ବନ୍ଧୁ ସୁବାସ ନାୟକ ଓ ପୂର୍ବତନ ସାମାଜିକ ବନୀକରଣ ଫରେଷ୍ଟର ବନମାଳୀଙ୍କୁ ସ୍କୁଲ ପକ୍ଷରୁ ମାନପତ୍ର , ଉତ୍ତରୀୟ ଓ ଚାରା ଦେଇ ସମ୍ମାନିତ କରାଯାଇଥିଲା । ଏହି ସ୍କୁଲର ଛାତ୍ର,ଛାତ୍ରୀ ଶୃତି ତ୍ରିପାଠୀ, ସୋନମ୍ ପଟେଲ,ଶ୍ରୀଓମ ପଟେଲ, ଚିନ୍ମୟ ପ୍ରଧାନ, ଯା ଜ୍ଞସେନି ସା , ରିତେଶ ନାୟକ, ଆଦର୍ଶ ପଟେଲ, ରିତେଶ ସାହୁ, ଅନୁଷ୍କା ମହାପାତ୍ର, ପୀୟୂଷ ନାଏକ, ଆସିଶ ସିଂ, ଜଗ ମୋହନ ରକ୍ସା, ଶ୍ରେୟାନ୍ସ ସେଠୀ, ଅଙ୍କିତ ସିଂ, ସୋହାନି ସେନାପତି, ସୌମ୍ୟ ନାୟକ ଓ ଶୁଭଙ୍କରଙ୍କୁ ବନ ମହୋତ୍ସବ ଶୀର୍ଷକ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । ଏହା ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ମିଶ୍ର , ବରିଷ୍ଠ ଶିକ୍ଷୟିତ୍ରୀ ତୃପ୍ତିରାଣୀ ଚୌଧୁରୀଙ୍କ ନେତୃତ୍ୱରେ ଅତିଥି ,ପ୍ରତିଯୋଗୀ ତଥା ଶତାଧିକ ଛାତ୍ର ଛାତ୍ରୀ 'ମା ପାଇଁ ଗଛଟିଏ ଆହ୍ବାନ' କୁ ସଫଳ କରିବା ପାଇଁ ସଭିଏଁ ଗୋଟିଏ ଲେଖାଏଁ ଚାରା ସ୍କୁଲ ବଗିଚାରେ ରୋପଣ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق