BREAKING
Loading...
:

ଖଣ୍ଡପଡ଼ା ରେ ହେରାପଞ୍ଚମୀ ନିତି କାର୍ଯ୍ୟସମ୍ପର୍ଣ୍ଣ

 ଖଣ୍ଡପଡ଼ା ରେ ହେରାପଞ୍ଚମୀ ନିତି କାର୍ଯ୍ୟସମ୍ପର୍ଣ୍ଣ । 



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ସହରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିତି କୁ ପୁରୀ ଶ୍ରୀମନ୍ଦିର ଜଗନ୍ନାଥ ଙ୍କ ନିତୀ ନିୟମ ଅନୁସାରେ ପାଳନ କରାଯାଏ। ଖଣ୍ଡପଡ଼ା  ଜଗନ୍ନାଥମନ୍ଦିରକୁ ସୂନ୍ୟକରି ପ୍ରଭୁ ଶ୍ରୀ ଜଗନ୍ନାଥ ଭାଇ ଭଉଣୀ ଙ୍କୁ ସଙ୍ଗରେ  ନେଇ ରଥାରୂଢ଼ କରି ଗତ ଶନିବାର ଠାରୁ ଆସି ମାଉସୀ ମାଁ ମନ୍ଦିରରେ ବେଶ୍ ଭୋଗ ରେ ପୂର୍ବ ପ୍ରଥା ରିତି ନିତି ଅନୁସାରେ ଭୋଗବିଳାସ ରେ ଜନ୍ମ ବେଦି ରମଜା ନେଉଛନ୍ତି। ମାଉସୀ ମା ମନ୍ଦିର ହେଉଛି ପ୍ରଭୁଙ୍କର ଜନ୍ମ ବେଦି ସେ ବର୍ଷ କୁ ଥରେ ମାତ୍ର

ବଡ଼ ଦେଉଳ କୁ ଛାଡି କରି ଆସିଥାନ୍ତି ମାଁ ଲକ୍ଷ୍ମୀ ଠାକୁରାଣୀଙ୍କୁ ସାଙ୍ଗରେ ନ ଆଣିଥିବାରୁପ୍ରଭୁଙ୍କର ବିନା ଅନୁମତିରେ ଆସିଥିବାରୁ ମା ଶ୍ରୀ ହିନହୋଇ ରାଗ ଅଭିମାନରେ ବଡ଼ଠାକୁରଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି। ଦିନ କୁ ଦିନ ଗଡି ଯାଉଥିବା ବେଳେ ଦେବୀ ସୁଭଦ୍ରା ଭାଇବଳଭଦ୍ର ଦେବଙ୍କୁ ସଙ୍ଗରେ ଆଣିଥିବା ରୁ ମାଁ ଲକ୍ଷ୍ମୀ ଠାକୁରାଣୀ ପଞ୍ଚମ ଦିନ ରାଗିକି ଆସି ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟା ସମୟରେ ସୁସଜ୍ଜିତ ବିମାନରେ  ଆସି ଗୁଣ୍ଡିଚା ଘର ନିକଟରେ ପହଞ୍ଚିଲେ। ସେଠାରେ ପ୍ରଚଳିତ ପ୍ରଥା ଅନୁସାରେ ମାଁ ଲକ୍ଷ୍ମୀ ଙ୍କୁ ଆଳତି ସହ ଭୋଗଲାଗି କରୁଥିବାରୁ ମାଁ ଅଭିମାନ ରେ ବଡ଼ଦେଉଳକୁ ଫେରି ଜିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଅନୁରୋଧ କରିଥିଲେ। ମାତ୍ର ମାଁ ଲକ୍ଷ୍ମୀ ଠାକୁରାଣୀ ଙ୍କ ଅନୁରୋଧ କୁ ପ୍ରଭୁ ନରଖିବାରୁ କ୍ରୋଧାନ୍ୱିତ ହୋଇ ମାଁ ଲକ୍ଷ୍ମୀ ଠାକୁରାଣୀ ପ୍ରଭୁଙ୍କର ରଥକୁ ଭାଙ୍ଗି ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବା ସହ ମନ୍ଦିର ର ସିଂହଁ ଦ୍ବାରା ବାଟକୁ ବନ୍ଦ କରି ଦେଇ ଥିଲେ। ଏହି ହେରାପଞ୍ଚମୀ ନିତି କୁ ଶ୍ରଦ୍ଧାଳୁମାନେ ଝିପିଝିପି ବର୍ଷା ସତ୍ବେ ଭକ୍ତମାନେ ରଥ ନିକଟରେ ଉପଭୋଗ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS