ରାସ୍ତା ପାର୍ଶ୍ବରେ ଆମିଷ ଦୋକାନ ଯୋଗୁଁ ଟ୍ରାଫିକ ସମସ୍ଯା
ଖଣ୍ଡପଡ଼ା ୧|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ାରୁ ଭାପୁରକୁ ସଂଯୋଗ କରୁଥିବା ରାସ୍ତାର କୁସୁମୀ ନଦୀ ସେତୁ ନିକଟସ୍ଥ ରାସ୍ତା ପାର୍ଶ୍ବରେ କେତେକ ବ୍ୟବସାୟୀ ଆମିଷ ଦୋକାନ ଖୋଲି ଗ୍ରାହକ ମାନଙ୍କୁ ଦୈନିକ ମାଛ ମାଂସ ବିକ୍ରୀ କରୁଥିବା ଜଣାପଡିଛି। ଫଳରେ ମାଛ ମାଂସ କିଣୁଥିବା ଗ୍ରାହକମାନେ ରାସ୍ତାରେ ବାଇକ ଓ ଯାନବାହାନ ଏଣେତେଣେ ଥୋଉଥିବାରୁ ସେଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଜଣାପଡିଛି।ଫଳରେ ଯାତ୍ରିବାହୀ ବସ ଓ ଭାରି ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ପ୍ରକାଶଥାଉକି ଉକ୍ତ ରାସ୍ତାଦେଇ କିବା ଦିନ ଓ ରାତିରେ ଶହଶହ ସଂଖ୍ଯାରେ ଯାନବାହାନ ଚଳାଚଳ କରୁଥିବା ବେଳେ ରାସ୍ତାଟି ଖଣ୍ଡପଡ଼ାରୁ ଭାପୁର ଦେଇ ଭୁବନେଶ୍ଵରକୁ ସଂଯୋଗ କରୁଛି।ତେଣୁ ଉକ୍ତ ସ୍ଥାନରୁ ଆମିଷ ଦୋକାନ ଗୁଡିକ ଅନ୍ୟତ୍ର ସ୍ଥାନାନ୍ତର ନିମନ୍ତେ ପ୍ରଶାସନ ଓ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment