BREAKING
Loading...
:

ବିଦ୍ୟାଳୟକୁ ନାହିଁ ରାସ୍ତା, ଆଣ୍ଠୁଏ କାଦୁଅରେ ଯାତାୟାତ କରୁଛନ୍ତି ଛାତ୍ରଛାତ୍ରୀ ।

 ବିଦ୍ୟାଳୟକୁ ନାହିଁ ରାସ୍ତା, ଆଣ୍ଠୁଏ କାଦୁଅରେ ଯାତାୟାତ କରୁଛନ୍ତି ଛାତ୍ରଛାତ୍ରୀ

 ।



★ ନିର୍ଦ୍ଧାରିତ ସମୟରେ ପହଞ୍ଚୁ ନାହାନ୍ତି ଶିକ୍ଷକ ।


★ ଚାହିଁ ବସୁଛନ୍ତି ଛାତ୍ରଛାତ୍ରୀ



ଦଶପଲ୍ଲା : - ( ମଣିଭଦ୍ରା ଖବର)  ବିଦ୍ୟାଳୟକୁ ନାହିଁ ପକ୍କା ସଡ଼କ। ଅସରାଏ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ କାଦୁଅ। ଯାହାକୁ ନେଇ ଯାତାୟାତ କରିବାରେ ବହୁ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ। ଖାଲି ସେତିକି ନୁହେଁ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ପହଞ୍ଚି ଶିକ୍ଷକଙ୍କୁ ଚାହିଁ ବସୁଥିବା ବେଳେ ଶିକ୍ଷକଙ୍କ ଦେଖା ମିଳୁନି। କେତେବେଳେ ଅଧଘଣ୍ଟାଏ ତ ପୁଣି କେତେବେଳେ ଘଣ୍ଟାଏ ବିଳମ୍ବରେ ବିଦ୍ୟାଳୟରେ ପହଞ୍ଚୁଥିବା ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି। ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଙ୍କତଇଳାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଶିକ୍ଷକଙ୍କ ବିଳମ୍ବ ହେବାକଥା ନିତିଦିନିଆ ହୋଇଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ ଆଣିଥିବା ବେଳେ ଆଜି ଅଟୋ ଖରାପ ହେତୁ ଅଧଘଣ୍ଟା ବିଳମ୍ବ ହୋଇଥିବା କହି କଥାକୁ ଏଡ଼ାଇ ଯାଇଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ। ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଥିବା ବେଳେ ବାଙ୍କତଇଳା ଓ ମୁଣ୍ତୁଳି ସମେତ ଆଖପାଖ ଗ୍ରାମର ଛାତ୍ରଛାତ୍ରୀ ନିର୍ଭରଶୀଳ। ବିଦ୍ୟାଳୟରେ ୨ଟି ଶ୍ରେଣୀଗୃହ ରହିଥିବା ବେଳେ ଲଗାଣ ବର୍ଷାହେଲେ ଛାତରୁ ପାଣି ଖସୁଛି। ହେଲେ ବିଦ୍ୟାଳୟକୁ ଯାତାୟାତ କରିବାରେ ମୁଖ୍ୟ ସମସ୍ୟା ପାଲଟିଛି ରାସ୍ତା। ଗ୍ରାମଠାରୁ ପ୍ରାୟ ୫ ଶହ ମିଟର ରାସ୍ତା ଶୋଚନୀୟ ହୋଇ ରହିଛି। ଅସରାଏ ବର୍ଷାହେଲେ ଏହି ରାସ୍ତାରେ ପ୍ରବେଶ କରି ହେଉନି। ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମୟରେ କାଦୁଅରେ ପଡ଼ିଉଠି ବିଦ୍ୟାଳୟକୁ ଯାତାୟାତ କରୁଥିବା ଅଭିଭାବକ ମାନେ କହିଛନ୍ତି। ମାତ୍ର ବଡ଼କଥା ହେଉଛି ଦୁଇଜଣ ଶିକ୍ଷୟିତ୍ରୀ ରହିଥିବା ବେଳେ ଅଧିକାଂଶ ଦିନ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟକୁ ଆସୁନଥିବା ଅଭିଯୋଗ ହେଉଛି। ଯାହାକି ଆଜି କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିବା ବେଳେ ସାଢ଼େ ୧୦ଟା ପର୍ଯ୍ୟନ୍ତ ଉଭୟ ଶିକ୍ଷୟିତ୍ରୀଙ୍କ ଦେଖା ନଥିଲା। ସାଢ଼େ ୧୦ଟା ବେଳକୁ ବିଦ୍ୟାଳୟରେ ପହଞ୍ଚିବା ସହ ଅଟୋ ଖରାପ ଆଳ ଦେଖାଇ ଅଭିଯୋଗକୁ ଖଣ୍ତନ କରିଛନ୍ତି। ଏପଟେ ସଠିକ ସମୟରେ ବିଦ୍ୟାଳୟକୁ ଯିବାକୁ କୁହାଯିବା ପାଇଁ ସିଆରସିସି କହିଛନ୍ତି।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS