ଅଭିନବ ଉପାୟରେ ଗୋ-ମାଂସ ଚାଲାଣ….. ଆଳୁ ବୋଝେଇ ଟ୍ରକ ଓଲଟିବା ଯୋଗୁଁ ଓଡିଶାରୁ ଆନ୍ଧ୍ରକୁ ଯାଉଥିବା ୧୦ ଟନ ଗୋ-ମାଂସ ଜବତ ହେଲା
ଗଜପତି:୧୪/୭(ମନୋଜ ପାଢୀ)ଓଡିଶାରୁ ଗୋ – ମାଂସର ଚୋରାଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି. ଓଡିଶାରୁ ଆଳୁ ବୋଝେଇ ଟ୍ରକ ଭିତରେ ୧୦ ଟନରୁ ଉର୍ଦ୍ଧ ଗୋ-ମାଂସ ଆନ୍ଧ୍ରକୁ ଚାଲାଣ ହେଉଥିବା ବେଳେ ଗାଡିଟି ଦୁର୍ଘଟଣା ଗସ୍ତ ହେବା ଯୋଗୁଁ ଏହି ଗୋ-ମାଂସ ଚାଲାଣ ଧରା ପଡିଛି । ଏହି ଘଟଣା ନେଇ ଆନ୍ଧ୍ର ପୋଲିସ ଗାଡିକୁ ଜବତ କରି ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଆଜି ସକାଳ ସମୟରେ ଆନ୍ଧ୍ରର ଶିକାକୁଲମ ଜିଲ୍ଲା କାଞ୍ଚିଲି ଥାନା ପରିସରର ମୁରାଗାମ ଗ୍ରାମ ନିକଟର ଜାତୀୟ ରାଜପଥରେ ଓଡି -023ଡ଼ବ୍ଲୁ 2471 ନଂ ବିଶିଷ୍ଟ ଏକ ଅଶୋକ ଲାଇଲାନ ଟ୍ରକଟି କୌଣସି କାରଣରୁ ଦୁର୍ଘଟଣା ଘାଟି ରାସ୍ତା କଡ଼ରେ ଓଲଟି ପଡିଥିଲା । ଓଲଟି ପଡିବା ପରେ ଟ୍ରକରୁ ଆଳୁ ସହ ଗୋ-ମାଂସ ରାସ୍ତା ଉପରେ ବିଛେଇ ହୋଇ ପଡିଥିଲା । ଏହା ଦେଖି ଅଞ୍ଚଳବାସୀ ଓ ଜାତୀୟ ରାଜପଥରେ କାର୍ଯ୍ୟରତ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ପରେ ଏହି ଘଟଣା ଆନ୍ଧ୍ର କାଞ୍ଚିଲି ପୋଲିସଙ୍କ ଠାରେ ପହଞ୍ଚିବା ପରେ ଏହି ଘଟଣାର ଅଭିଯୋଗ କାଞ୍ଚିଲି ଥାନାରେ ପହଞ୍ଚିବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ । ଟ୍ରକରେ ଆଳୁ ସହିତ ପ୍ରାୟ 10 ଟନ ଗୋ-ମାଂସ ଓଡିଶାରୁ ଆନ୍ଧ୍ରର ରାଜମହେନ୍ଦ୍ରିକୁ ଚୋରା ଚାଲାଣ ହେଉଥିବା ଜାଣିବା ପରେ ଟ୍ରକ ସହିତ ଗୋ-ମାଂସକୁ ପୋଲିସ ଜବତ କରିଥିଲେ । ଏହି ଘଟଣାରେ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରହିଥିବା ଜଣା ପଡିଛି ।
ମଣିଭଦ୍ରା ଖବର, ଗଜପତି
إرسال تعليق