BREAKING
Loading...
:

ବ୍ରହ୍ମପୁର ରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର

 *ବ୍ରହ୍ମପୁର ରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର*

ବ୍ରହ୍ମପୁର (ମଣିଭଦ୍ରା ଖବର) ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଞ୍ଜାମ ନୂତନ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ଆଜି କାର୍ଯ୍ୟରେ ଯୋଗଦାନ କରି  ୧୧୨ଟି ଅଭିଯୋଗ ଶୁଣିଥିଲେ l ଏହି ଅଭିଯୋଗ ଶୁଣାଣି ରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶର୍ବଣ ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ୍ ଅରବିନ୍ଦ ରାଜଶିର୍କେ ଓ ବ୍ରହ୍ମପୁର ଭାରପ୍ରାପ୍ତ ଉପଜିଲ୍ଲାପାଳ ତଥା ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଂସଦା ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ l 

ଆଜିର ଅଭିଯୋଗ ଗୁଡ଼ିକ ମୁଖ୍ୟତଃ ସ୍ବାସ୍ଥ୍ୟ,ଶିକ୍ଷା, ଭତା,ଜମି,ଶ୍ରମିକ କାର୍ଡ,ରାସନ୍ କାର୍ଡ ଇତ୍ୟାଦି l ସମୁଦାୟ ୧୧୨ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୯୫ଟି ଓ ଗ୍ରାମ ଭିତିକ ସମସ୍ୟା ୮ଟି ରହିଥିବାବେଳେ ୫ଟି ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା l ରେଡକ୍ରସ ତରଫରୁ ୪ଜଣଙ୍କୁ ୧୨୦୦୦ ଟଙ୍କା ସହାୟତା ରାଶି ଚେକ୍ ଦ୍ଵାରା ପ୍ରଦାନ କରାଯାଇଥିଲା l ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ୍ ଆଜି କାର୍ଯ୍ୟରେ ଯୋଗଦାନ କରିଥିବା ହେତୁ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଗଞ୍ଜାମ ଜିଲ୍ଲାର ଉନ୍ନତି  ଓ ସରକାରଙ୍କ ବିଭିନ୍ନ ଯୋଜନା ଲୋକ ଲୋଚନକୁ   ପହଞ୍ଚାଇବାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଏଵଂ ସମସ୍ତେ ମିଳିମିଶି କାମ କରିବା ବୋଲି କହିଥିଲେ l ଏହି ଶୁଣାଣି ରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ରହ୍ମପୁର ଉପଖଣ୍ଡ ର ବିଡ଼ିଓ ଓ ତହସିଲଦାର ଉପସ୍ଥିତ ରହିଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS