ଖଣ୍ଡପଡ଼ା ବନ୍ଦ ଡାକରା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ଖଣ୍ଡପଡ଼ା ୧୬|୭(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ବାଲେଶ୍ଵର ସ୍ୱୟଂଶାସିତ ଫକିରମୋହନ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଆସନ୍ତାକାଲି ରାଜ୍ୟ ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବନ୍ଦ ଡାକରା ନିମନ୍ତେ କଂଗ୍ରେସ ପକ୍ଷରୁ ବୁଧବାର ଅପରାହ୍ନରେ ଖଣ୍ଡପଡ଼ାସ୍ଥିତ ଶୁଭ ମଣ୍ଡପ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତ୍ରୀ ବିନୋଦିନୀ ମହାନ୍ତି,ବୈଜୟନ୍ତୀମାଳା ମହାନ୍ତି, ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ପ୍ରଦୀପ ପ୍ରଧାନ, ଭାପୁର ବ୍ଲକ ସଭାପତି ବାଙ୍କବିହାରୀ ଧଳ ନୟାଗଡ଼ ଜିଲ୍ଲା ସଭାପତି ପୂର୍ଣଚନ୍ଦ୍ର ପ୍ରଧାନ, ଖଣ୍ଡପଡ଼ା ନଗର ସଭାପତି ସନ୍ତୋଷ କୁମାର ସାହୁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ କଂଗ୍ରେସ ନେତା ଓ ନେତ୍ରୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।ଏହାର ପ୍ରତିବାଦରେ ଗୁରୁବାର ଭାପୁର ଓ ଖଣ୍ଡପଡ଼ା ବ୍ଲକ ବନ୍ଦ ଡାକରା ଦିଆଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଖଣ୍ଡପଡ଼ା ଅଞ୍ଚଳର ଛାପା ,ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق