ଗଞ୍ଜେଇ ଚାଲାଣକୁ ନେଇ 5 ଜଣକୁ ଗିରଫ କରିଛି ହରିୟାଣା ପୋଲିସ l ସେଥିମଧ୍ୟରୁ ମୋହନାରୁ ଜଣେ ଗିରଫ l
ଗଜପତି(ମନୋଜ ପାଢୀ) - ଗଜପତି ଜିଲ୍ଲା ମୋହନା ଥାନା ଲୁହାଗୁଡ଼ି ଅଞ୍ଚଳରୁ ଚାଲାଣ ହେଉଥିଲା ଗଞ୍ଜେଇ l ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ 4 ଜଣ ଅଭିଯୁକ୍ତକୁ ଗିରଫ କଲା ହରିୟଣା ନାର୍କୋଟିକ ବିୟୁରୋ ୟୁନିଟ l ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ତିନି ଅଭିଯୁକ୍ତ ହରିୟାଣାର ହୋଇଥିବା ବେଳେ ଜଣେ ଗୁଜରାଟର ଓ ଜଣେ ସୁରତରୁ l ଆଜି ମୋହନା ଥାନା ଅନ୍ତର୍ଗତ ପୂଇପଡ଼ା ଗାଁର ସୁବିତ୍ ନାୟକ ଗିରଫ କରିଛି ହରିୟାଣା ପୋଲିସ l ଅଭିଯୁକ୍ତ ସୁବିତ ମୋହନା ଅଞ୍ଚଳରୁ ୨୫ କେଜି ଗଞ୍ଜେଇ ନେଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳ ଷ୍ଟେସନ୍ ରେ ଅଭିଯୁକ୍ତମାନଙ୍କୁ ୫୦ ହଜାର ଟଙ୍କାରେ ବିକ୍ରୀ କରିଥିଲା lଅଭିଯୁକ୍ତ ମାନେ ଗଞେଇ ଚୋରା ଚାଲାଣ ଅଭିଯୋଗରେ ହରିୟାଣା ନାର୍କୋଟିକ୍ ପୋଲିସ ହରିୟଣା ଓ ଗୁରରାଟ୍ ରୁ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ହରିୟାଣା ପୋଲିସ୍ ମୋହନା ଥାନା ପୂଇପଡ଼ା ଗାଁରୁ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି l ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୩ ଲକ୍ଷ୍ ଟଙ୍କା ହେବ ବୋଲି ହରିୟଣା ନାର୍କୋଟିକ ବିୟୁରୋ ପୋଲିସ ସୂଚନା ଦେଇଛି।
ମଣିଭଦ୍ରା ଖବର, ଗଜପତି


إرسال تعليق