BREAKING
Loading...
:

କଲେରା ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର

 *କଲେରା ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର **




.ପ୍ରାତଃ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ କଲେରା ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ବର୍ଷା ଦିନେ ପାଣି ଦୂଷିତ ହୋଇଯାଇଛି, ଏଥିରେ ଜୀବାଣୁ, ଭୂତାଣୁ ରହିଛନ୍ତି।ବାହାର ଜଳ ଖାଦ୍ୟ ଆଦି ଆଦୌ ନିଅନ୍ତୁ ନାହିଁ। ଦୂଷିତ ଜଳ,ଖାଦ୍ୟ ସେବନ କଲେ  ଭାଇବ୍ରୋ କୋଲାଇ ସଂକ୍ରମଣ ହୋଇ ପେଟମୋଡ଼ା ସହ ପତଳା ଝାଡ଼ା,ବାନ୍ତି, ଜଳୀୟ ଅଂଶ କମରୁ ଦୁର୍ବଳ,ହାତ ଗୋଡ଼ କ୍ରାମ୍ପ ହେବା ସହ ରକ୍ତଚାପ କମେ। ମୁଥା. ପିତା ପାପଡା, ବେଣାଚେର, ଚନ୍ଦନ, କୁରୁବେଲି, ଶୁଣ୍ଠି ଛ ଗୁଣ ପାଣିରେ ସିଝାଇ ବାରମ୍ବାର ପିଆନ୍ତୁ କିମ୍ବା ଫୁଟା ପାଣିରେ ଲୁଣ, ଗୁଡ଼, ଅଳ୍ପ ଲେମ୍ବୁ ମିଶାଇ ପିଆନ୍ତୁ, ପଇଡ଼ ପିଆନ୍ତୁ। ଜାଇଫଳ ଓ କୁଟଜ ଛାଲି ଘୋରି ବାରମ୍ବାର ଦିଅନ୍ତୁ। ବାର୍ଲି, ପାଳୁ, କଅଁଳ ଭାତ, ଡାଳିମ୍ବ ରସ ଖାଇବାକୁ ଦିଅନ୍ତୁ ବା ଡାକ୍ତରଙ୍କ ପରାମର୍ଶ କରନ୍ତୁ। 

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ନାଡୀ, ରକ୍ତଚାପ, ରକ୍ତ ଶର୍କରା ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ  କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS