BREAKING
Loading...
:

ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ହେଲା ୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା, ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

 ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ହେଲା ୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା, ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ 



ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ପାଇଁ ୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି । ଉପରୋକ୍ତ ରାସ୍ତା ନିର୍ମାଣ ପାଇଁ ବିଧାନସଭାରେ ବାରମ୍ବାର ଦାବି ଉପସ୍ଥାପନ କରିଥିଲେ ବିଧାୟକ ରମେଶ ଚନ୍ଦ୍ର ବେହେରା । ଯାହାର ଫଳ ସ୍ବରୂପ ଟେଣ୍ଡର ଶେଷ ହୋଇ ରାସ୍ତା କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଅଞ୍ଚଳବାସୀଙ୍କ ତରଫରୁ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ରାସ୍ତା ଗୁଡିକ ମଧ୍ୟରୁ ମକର ପ୍ରସାଦ ଠାରୁ ରାଇମଡା ଭାୟା ବଡସିଲିଙ୍ଗା,ଧୁଆପାଜୁ,ସାକେଣି,ଟୋଲକପାଟିଆ ୩ କିମି ରାସ୍ତା ପାଇଁ ୭ କୋଟି ୨୬ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ମକର ପ୍ରସାଦ ଠାରୁ ରାଇମଡା ୪ କିମି ରାସ୍ତା ପାଇଁ ୩ କୋଟି ୨ ଲକ୍ଷ ୨୩ ହଜାର ଟଙ୍କା ଏବଂ କୃଷ୍ନପଲ୍ଲୀ ଛକ ଠାରୁ ବଳଭଦ୍ର ପ୍ରସାଦ ଭାୟା ଜଗନ୍ନାଥ ପ୍ରସାଦ ୩ କିମି ରାସ୍ତା ପାଇଁ ୨ କୋଟି ୪୩ ଲକ୍ଷ ୯ ହଜାର ଟଙ୍କା ମଞ୍ଜୁର ହୋଇଛି । ଏହି ରାସ୍ତା ପାଇଁ ଆସନ୍ତାକାଲି ଶିଳାନ୍ୟାସ କରାଯିବ ବୋଲିି ଜଣାପଡିଛି । ତେବେ  ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଯୋଗୁଁ ଏହି ରାସ୍ତା ନିର୍ମାଣ ସମ୍ଭବପର ହୋଇଥିବା ବେଳେ ରାସ୍ତା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜନସାଧାରଣଙ୍କ ମୁହଁରେ ହସ ଫୁଟିଥିବା ଜଣାପଡିଛି । ଜନସାଧାରଣଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS