BREAKING
Loading...
:

ନବୀନଙ୍କ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ।

 ନବୀନଙ୍କ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ।


ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ , ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସର୍ଭାଇକାଲ ଅର୍ଥାଇଟିସରେ ପିଡୀତ ଅଛନ୍ତି । ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ଏହାର ସଫଳ ଅସ୍ତ୍ରୋପଚାର ପାଇଁ ଗତ ଶୁକ୍ରବାର ଦିନ ସେ ମୁମ୍ବାଇ ଯାଇଥିଲେ ।ମୁମ୍ବାଇର କୋକିଳାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ରବିବାର ଦିନ ନବୀନ ଙ୍କର ଅସ୍ତ୍ରୋପଚାର ହୋଇଥିଲା ।ଏଣୁ ସମଗ୍ର ରାଜ୍ୟରେ ନବୀନ ପ୍ରେମୀ ଓ ବିଜେଡ଼ି କର୍ମୀ ମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଥିବାବେଳେ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ର ତୁଳସୀପୁର ପଞ୍ଚାୟତ ବିଜେଡ଼ି ତରଫରୁ ଦଳର ଅଞ୍ଚଳବାସୀ  ପ୍ରାଚୀ ଉପତ୍ୟକା ର ବନ୍ଦେଶ୍ୱର ଶମ୍ଭୁ ମନ୍ଦିର ଠାର ଅଞ୍ଚଳବାସୀଙ୍କ ସହଯୋଗ ରେ ସମୂହ ଦୀପଦାନ କରାଯାଇଥିଲେ । ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ବିଜେଡ଼ି ସଭାପତି ଅନିରୁଦ୍ଧ ତ୍ରିପାଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ନାୟକ, ଯୁବ ବିଜେଡ଼ି ସଭାପତି ପଦ୍ମଲାଭ ବାରିକ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ ସହିତ ଶତାଧିକ ଲୋକ ଉପସ୍ଥିତ ଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS